ବିଜେପି କର୍ମୀ ଦିଲ୍ଲୀପ ପାହାନ ହତ୍ୟା ଘଟଣା, ଗିରଫ ସଂଖ୍ୟା ୨୧କୁ ବୃଦ୍ଧି

Published By : Prameya-News7 Bureau | June 26, 2024 IST

ଖଲ୍ଲିକୋଟ ୨୬।୦୬ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁରରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ହତ୍ୟା ଘଟଣା । ପୋଲିସକୁ ସଫଳତା । ହତ୍ୟା ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଶ୍ରୀକୃଷ୍ଣଶରପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗାଁର ସୁକାନ୍ତ ଓରଫ ବାବୁ ତରେଇ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ଶ୍ରୀକୃଷ୍ଣଶରଣପୁରରେ ଜଣେ ବିଜେପି କର୍ମୀଙ୍କୁ ରାଜନୈତିକ କାରଣରୁ ହତ୍ୟା କରାଯାଇଥିଲା । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଉ ପୋଲିସ ତଦନ୍ତ କରି ୨୦ ଜଣଙ୍କୁ ଗିରଫ କରିଥିଲା । ଏବେ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ରାମଚନ୍ଦ୍ରପୁର ଗାଁର ସୁକାନ୍ତ ଓରଫ ବାବୁ ତରେଇ ବୋଲି ଜଣାପଡିଛି । ଏହାସହିତ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି । ଏସ୍‌ଆଇଟି ଘଟଣାରେ ତଦନ୍ତ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.