ମେଡିକାଲ ପରିଦର୍ଶନରେ ଆନନ୍ଦପୁର ବିଧାୟକ, କହିଲେ- ସବୁ ସମସ୍ୟାର ହେବ ତୁରନ୍ତ ସମାଧାନ

Published By : Prameya-News7 Bureau | June 26, 2024 IST

ଆନନ୍ଦପୁର ୨୬।୦୬ : ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ବିଧାୟକ ହେବା ପରେ ଆଜି ପ୍ରଥମ ଥର ପାଇଁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଏହି ସମୟରେ ରୋଗୀ ସେବା କିପରି ଚାଲିଛି । ସେ ସଂପର୍କରେ ଚିକିତ୍ସାରତ ରୋଗୀଙ୍କ ସହ ସିଧାସଳଖ କଥା ହୋଇଥିଲେ । ରୋଗୀଙ୍କ ପାଇଁ ଡାକ୍ତରଖାନା ତରଫରୁ ଦିଆଯାଇଥିବା ଖାଦ୍ୟ ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ । ଏପିରିକି ସରକାରଙ୍କ ଦ୍ୱାରା ଯୋଗା ଯାଉଥିବା ମାଗଣା ଔଷଧ ଠିକ୍‌ ଭାବେ ମିଳୁଛି  କି ନାହିଁ । ତାର ମଧ୍ୟ ତଦାରଖ ମଧ୍ୟ କରିଛନ୍ତି ।

ଗୋଟିଏ ପଟେ ଡାକ୍ତରଖାନାରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଏଠାରେ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ଡାକ୍ତରଖାନାର ନୂଆ କୋଠର କାମ କିପରି ଚାଲିଛି । ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ବିଧାୟକ ଅଭିମନ୍ୟୁ ସେଠୀ । ଏଥିସହ ଆନନ୍ଦପୁରରେ ଲାଗି ରହିଥିବା ଡାକ୍ତର ସମସ୍ୟା ନେଇ ଆବଶ୍ୟକ ପଡିଲେ ବିଧାନସଭାରେ ପ୍ରଶ୍ନ କରିବେ ବୋଲି କହିଛନ୍ତି ଆନନ୍ଦପୁର ବିଧାୟକ ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.