କ’ଣ ପାଇଁ ବାନ୍ଧବୀଙ୍କୁ ମାରିଲା ସାନ ଭାଇକୁ ସବୁ କହିଥିଲା ମୁକ୍ତି, ମା’ ଆଗରେ ବି ବଖାଣିଥିଲା ଘଟଣା

Published By : Prameya-News7 Bureau | September 26, 2024 IST

ଭଦ୍ରକ ୨୬।୯: ବେଙ୍ଗାଲୁରୁରେ ନିଜ ବାନ୍ଧବୀଙ୍କୁ ହତ୍ୟା କରି ଶବକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ ଭିତରେ ରଖିବା ଘଟଣାରେ ଟ୍ବିଷ୍ଟ । ସାନ ଭାଇକୁ ହତ୍ୟା ଘଟଣା କହିଥିଲା ହତ୍ୟାକାରୀ ମୁକ୍ତି ରଞ୍ଜନ ।  ବାନ୍ଧବୀଙ୍କୁ ହତ୍ୟା କରି ଶବକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ ଭିତରେ ଭର୍ତ୍ତି କରିଥିବା ଭଦ୍ରକ ଏସ୍‌ପି କହିଛନ୍ତି । ଆତ୍ମହତ୍ୟା ପୂର୍ବରୁ ସୁଇସାଇଡାଲ୍ ନୋଟ୍ ନିଜେ ଲେଖିଛନ୍ତି । କର୍ଣ୍ଣାଟକ ପୋଲିସ ଓଡିଶା ଆସି ମୃତ ମୁକ୍ତି ରଞ୍ଜନଙ୍କ ସାନ ଭାଇ ଶକ୍ତି ରଞ୍ଜନକୁ ବ୍ରହ୍ମପୁରରୁ ଉଠାଇ ଆଣିଥିଲେ । ହତ୍ୟା କରିବା ପରେ ମୁକ୍ତି ଆସି ସାନ ଭାଇ ଶକ୍ତି ନିକଟରେ ୧୦ ଦିନ ରହିଥିଲେ । ଶକ୍ତି ବ୍ରହ୍ମପୁରରେ ବି.ଟେକ୍ ଇଞ୍ଜିନିୟରିଂ ପାଠ ପଢ଼ୁଛନ୍ତି । ଭାଇ ତାଙ୍କ ନିକଟରେ କ’ଣ କହିଥିଲେ ଓ କେଉଁ କେଉଁ ଜାଗା ଯାଇଥିଲେ ଜାଣିବା ପାଇଁ କର୍ଣ୍ଣାଟକ ପୋଲିସ ଥାର୍ଡ ଡିଗ୍ରୀ ମଧ୍ୟ ଦେଇଛି । ପରେ ତାଙ୍କୁ ବ୍ରହ୍ମପୁରରୁ ବାଲେଶ୍ୱର, ପରେ ସୋର ଓ ଭଦ୍ରକରୁ ପୁଣି ଭୁବନେଶ୍ବର ନେଇ ଛାଡି ଦେଇଥିଲେ । ମୃତ ମୁକ୍ତିଙ୍କ ସାନ ଭାଇ ସ୍ମୃତି ରଞ୍ଜନ କର୍ଣ୍ଣାଟକରେ ପୋଲିସ ହେପାଜତରେ ରହିଛି । ମୁକ୍ତି ଓ ସ୍ମୃତି ଏକାଠି ରହୁଥିଲେ ଓ ଅଲଗା ଅଲଗା କାମ କରୁଥିଲେ । କିନ୍ତୁ ମୃତ ମୁକ୍ତି ଓ ମହାଲକ୍ଷ୍ମୀ ଗୋଟିଏ ଜାଗାରେ କାମ କରୁଥିଲେ । ସେ କ’ଣ ପାଇଁ ନିଜେ ନିଜ ବାନ୍ଧବୀଙ୍କୁ ହତ୍ୟା କରିଥିଲେ ସେ କଥା ସାନ ଭାଇକୁ କହିଥିଲେ । ଆତ୍ମହତ୍ୟା ପୂର୍ବରୁ ସେ ନିଜ ଘରକୁ ଆସିଥିଲେ ଓ ହତ୍ୟା ବିଷୟରେ ସବୁ କଥା ମା’ଙ୍କୁ କହିଥିଲେ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି ।

You Can Read:

ଲଗାଣ ବର୍ଷାରେ ଦବିଲା ରାସ୍ତା, ୫ ଶହ ମିଟର ରାସ୍ତା ତଳୁ ଖସିଲା ମାଟି ଅତଡ଼ା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.