ରେଳ ଧାରଣରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ପରେ ହାତଗୋଡ ବାନ୍ଧି ଫିଙ୍ଗିଦେଲେ !

Published By : Prameya-News7 Bureau | October 04, 2024 IST

ଚୌଦ୍ୱାର ୦୪/୧୦: ଯୁବକଙ୍କୁ ହତ୍ୟା କରି ଗୋଡ଼କୁ ରଶିରେ ବାନ୍ଧି ରେଳ ଧାରଣାରେ ପିଙ୍ଗିଦେଲେ ଦୁର୍ବୃତ୍ତ । ସକାଳେ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତଦେହ ରେଳଧାରଣାରୁ ଉଦ୍ଧାର କରାଯାଇଛି । 

କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ରେଳ ଧାରଣା ନିକଟରୁ ଯୁବକଙ୍କ ମୃତଦେହ ମିଳିଛି । ମୃତ ଯୁବକ ଜଣଙ୍କ ହେଲେ ତେରୁଆଁ ବଙ୍ଗାଳୀସାହିରେ ରହୁଥିବା ତିରୁପତି ରେଡ୍ଡୀ। ସକାଳେ ନିର୍ଗୁଣ୍ଡ ରେଳ ଧାରଣା ଉପରେ ତିରୁପତିଙ୍କ ଖଣ୍ଡବିଖଣ୍ଡ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏଥିସହ ତାଙ୍କୁ ଗୋଡ଼ ରଶିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଘଟଣା ସଂପର୍କରେ ପୁଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । 

ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ କିଏ ଓ କାହିଁକି ତିରୁପତିଙ୍କୁ ହତ୍ୟା କଲା, ଏହାପଛରେ ପୂର୍ବ ଶତ୍ରୁତା ନା ଅଲଗା କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ। ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.