ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ, କ୍ୟାମେରାରେ କଏଦ ହେଲା ଚିତ୍ର

Published By : Prameya-News7 Bureau | October 04, 2024 IST

ଭୁବନେଶ୍ବର ୪।୧୦: ଶିମିଳିପାଳ ଜଙ୍ଗଲରେ ବୁଲୁଛି କଳାବାଘ । କ୍ଯାମେରାରେ ପୁଣି ଥରେ କଏଦ ହୋଇଛି କଳାବାଘର ଚିତ୍ର । ବାଘ ବୁଲୁଥିବା ଭିଡ଼ିଓକି ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ୍ ସୁଶାନ୍ତ ନନ୍ଦ । ଏହାକୁ ନେଇ ଜଙ୍ଗଲ ଓ ପରିବେଶ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଏକ କଳା ମହାବଳ ବାଘ ଠାବ ହୋଇଥିଲା । ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର କଳା ମହାବଳ ବାଘ ବୁଲୁଥିବା ନେଇ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା । ସେତେବେଳେ ମଧ୍ୟ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହାକୁ ନେଇ ଟ୍ବିଟ୍ କରିଥିଲେ । ତେବେ ଶିମିଳିପାଳ ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଦେଶର ପ୍ରଥମ କଳାବାଘ ସଫାରୀ ପ୍ରକଳ୍ପ କାମ ଆଗେଇ ଚାଲିଛି । ଏଭଳି ସମୟରେ କଳାବାଘର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । କଳା ବାଘ ସଫାରୀକୁ ପୂର୍ବରୁ ଏନଟିସିଏ ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନକୁ ସେଣ୍ଟ୍ରାଲ ଜୁ’ ଅଥରିଟି ନିକଟରେ ମଞ୍ଜୁରୀ ଦେଇଛି । ବାରିପଦାରୁ ୧୦ କିଲୋମିଟର ଦୂରରେ ମଞ୍ଚିଆପଡ଼ାରେ ଶହେ ଏକର ଜମିରେ ତିଆରି ହେବ ଏହି କଳାବାଘ ସଫାରୀ । ଏଥିରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍ ଥିବା ବାଘକୁ ଆଣି ଛଡ଼ାଯିବ ବୋଲି ସୂଚନା ରହିଛି ।

ଏହା ପୂର୍ବରୁ ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ । ବିରଳ ପ୍ରଜାତିର କଳା ବାଘଟି ମହାବଳ ନୁହେଁ, ବରଂ କଲରାପତରିଆ ବୋଲି ଜଣାପଡ଼ିଥିଲା । 

You Can Read:

ରାଜଧାନୀରେ ପୋଲିସକୁ ଛୁରାମାଡ଼, ଗଣ୍ଡଗୋଳ ବେଳେ ଛୁରୀ ଭୁସିଲା ଦୁର୍ବୃତ୍ତ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.