ରାଜଧାନୀରେ ପୋଲିସକୁ ଛୁରାମାଡ଼, ଗଣ୍ଡଗୋଳ ବେଳେ ଛୁରୀ ଭୁସିଲା ଦୁର୍ବୃତ୍ତ

Published By : Prameya-News7 Bureau | October 04, 2024 IST

BREAKING NEWS

ଭୁବନେଶ୍ବର ୪।୧୦: ରାଜଧାନୀରେ ପୋଲିସକୁ ଛୁରାମାଡ଼ । ଭୁବନେଶ୍ବର ମଞ୍ଚେଶ୍ଵର ଥାନାର କନେଷ୍ଟବଳ ଗୋପୀ ସବର ଛୁରାମାଡ଼ରେ ଆହତ ହୋଇଛନ୍ତି । ଗୁରୁବାର ରାତିରେ ଛୁରାମାଡ଼ ହୋଇଥିବା ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ଅଞ୍ଚଳରେ ପୋଲିସକୁ ଛୁରାମାଡ଼ ହୋଇଛି । ଗଣ୍ଡଗୋଳ ଖବର ପାଇ କନେଷ୍ଟବଳ ଗୋପୀ ଶବର ଘଟଣାସ୍ଥଳକୁ ଯାଇଥିଲେ । ପୋଲିସକୁ ଦେଖି ଦୁର୍ବୃତ୍ତ ଜଣକ ଛୁରୀରେ ଆକ୍ରମଣ କରିଥିଲା । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହା ସହିତ ଛୁରାମାଡ଼ରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । 

ଘଟଣା ଘଟାଇଥିବା ଅଭିଯୁକ୍ତକୁ ଅଟକ ରଖି ମଞ୍ଚେଶ୍ୱର ଥାନା ପୋଲିସ ପଚରାଉଚରା କରୁଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

You Can Read:

ଶାରଳାଙ୍କ ପୀଠରେ ନକଲି ଘିଅ, ସାଂଘାତିକ ଅଭିଯୋଘ ଆଣିଲେ ବଡ଼ପଣ୍ଡା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.