ଶାରଳାଙ୍କ ପୀଠରେ ନକଲି ଘିଅ, ସାଂଘାତିକ ଅଭିଯୋଘ ଆଣିଲେ ବଡ଼ପଣ୍ଡା

Published By : Prameya-News7 Bureau | October 04, 2024 IST

ଜଗତସିଂହପୁର ୦୪/୧୦: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ଦୈନଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ମାଙ୍କ ନିକଟରେ ହେଉଥିବା ନୀତିକୁ ନେଇ ବଡ଼ ବୟାନ ରଖିଛନ୍ତି ମନ୍ଦିରର ବଡ଼ପଣ୍ଡା । ମା'ଙ୍କର ବାଟି ବାଟି ସମ୍ପତ୍ତି ଥିବା ବେଳେ କିଣା ଚାଉଳରେ ରୋଷେଇ ହେଉଛି । 

ସୂଚନା ଥାଉକି, ମା'ଙ୍କ ନୀତି ପାଇଁ ବ୍ୟବହୃତ ହେଉଥିବା ଘିଅ ଅତି ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ବଡ଼ପଣ୍ଡା । ମନ୍ଦିର କତ୍ତୃପକ୍ଷ ଏହି ଘିଅ ଓମଫେଡରୁ ଆଣୁଥିବା କଥା ବଡପଣ୍ଡାଙ୍କୁ କହିଥିବା ବେଳେ ତାହାର କ୍ବାଲିଟି ଠିକ ନୁହେଁ ଓ ଅତି ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ବଡ଼ପଣ୍ଡା । ଏହାର ତୁରନ୍ତ ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସେ ଅଭିଯୋଗ କରିଛନ୍ତି ।


କହିବାକୁ ଗଲେ ତିରୁପତି ପ୍ରସାଦରେ ପଶୁ ଚର୍ବି ମିଶିବା ଘଟଣା ସାମ୍ନାକୁ ଆସିବା ପରେ ସବୁ ଦିଗରୁ ଆରମ୍ଭ ହୋଇଛି ଖୋଳତାଡ । ବିଭିନ୍ନ ମନ୍ଦିରରେ ଚାଲିଛି ଯାଞ୍ଚ । କିଛି ଦିନ ତଳେ ପୁରୀ ମନ୍ଦିରର ପ୍ରସାଦରେ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ କରିବା ନେଇ ଜିଲ୍ଲାପାଳ ସ୍ପଷ୍ଟୀକରମ ରଖିଥିଲେ । ଏହା ପରେ ଆଜି ଶାରଳା ମନ୍ଦିରରେ ଏପରି ଅଭିଯୋଗ ଆସିବା ନିହାତି ଚିନ୍ତାଜନକ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.