ଲାଞ୍ଚ ନେବା ବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ନେଉଥିଲେ ୭ ହଜାର ଟଙ୍କା

Published By : Prameya-News7 Bureau | October 04, 2024 IST

ବଲାଙ୍ଗିର ୪।୧୦: ଲାଞ୍ଚ ନେବା ବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କନିଷ୍ଠ ଯନ୍ତ୍ରୀ ଜଣକ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଭିଜିଲାନ୍ସ ଟିମ୍ ତାଙ୍କୁ ବରଗଡ଼ ନେଇ ଯାଇଥିବା ସୂଚନା ମିଳିଛି । 

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା କନ୍ଧେନଝୁଲା ପଞ୍ଚାୟତ ସର୍ଗିମୁଣ୍ଡା ଗାଁର ମୀନକେତନ ଚାହାର ଓପେନ୍ ଓ୍ବେଲ୍ ଇରିଗେସନ ସ୍କିମ୍‌ରେ ଚହଲା କରିଥିଲେ । ତେବେ ଚହଲା ବିଲ୍ କରିଦେବା ପାଇଁ ଜେଇ ବାବୁଙ୍କୁ ଅନୁରୋଧ ମଧ୍ୟ କରିଥିଲେ । ସେ ବିଲ୍ କରେଇ ଦେବେ ବୋଲି କହି ଟଙ୍କା ମାଗିଥିଲେ । ପୂର୍ବରୁ ୧୫ ହଜାର ଟଙ୍କା ନେଇଥିବା ବେଳେ ଶୁକ୍ରବାର ୭ ହଜାର ଟଙ୍କା ନେବାର ଥିଲା । ତେବେ ଏ ନେଇ ମୀନକେତନ ଭିଜିଲାନ୍ସ ବିଭାଗର ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ଅନୁଯାୟୀ ପ୍ରସ୍ତୁତ ହୋଇ ରହିଥିଲା । ଜେଇ ବାବୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ିବସିଛି । କନିଷ୍ଠ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ମଧ୍ୟ ଛାନଭିନ କରୁଛି ଭିଜିଲାନ୍ସ ଟିମ୍ ।

You Can Read:

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଉଦ୍ୟମ, ବିରୋଧ କରିବାରୁ ଭୁଜାଲିରେ ହାଣିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.