ହାଇକୋର୍ଟ ସମେତ ସବୁ ଅଦାଲତରେ ଖୁବ୍‌ଶୀଘ୍ର ନିଯୁକ୍ତ ହେବେ ସରକାରୀ ଓକିଲ : ମନମୋହନ ସାମଲ

Published By : Prameya-News7 Bureau | October 04, 2024 IST

କଟକ ୪।୧୦: ହାଇକୋର୍ଟ ସମେତ ସମସ୍ତ ଆଇନ ଅଦାଲତ ମାନଙ୍କରେ ଖୁବଶୀଘ୍ର ନିଯୁକ୍ତ ହେବେ ସରକାରୀ ଓକିଲ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ଫଳାଫଳ ଖୁବ୍‌ଶୀଘ୍ର ଦେଖିବାକୁ ମିଳିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ଗୁରୁବାର ହାଇକୋର୍ଟ ବାର୍ ସମେତ କ୍ୟାଟ୍ ବାର୍ ଆସୋସିଏସନକୁ ଏକ ସୌଜନ୍ୟମୂଳକ ଗସ୍ତରେ ଆସିଥିଲେ ମନମୋହନ ସାମଲ । ଏହି ସମୟରେ ହାଇକୋର୍ଟ ବାର୍ ତରଫରୁ ବିଜେପି ସଭାପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଇନଜୀବୀ କଲ୍ୟାଣ ପାଣ୍ଠି ପାଇଁ ମ୍ୟାଚିଂ ଗ୍ରାଣ୍ଟ ବୃଦ୍ଧି କରାଇବା ଭଳି କେତେକ ଦାବିକୁ ଉପସ୍ଥାପନ କରିଛନ୍ତି ବିଭିନ୍ନ ଓକିଲ ସଙ୍ଘ । ତେବେ ସେ ବାବଦରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନମୋହନ ସାମଲ କହିଛନ୍ତି ।


You Can Read:

କଟକ ଜିଲ୍ଲାପାଳଙ୍କ ଓମ୍‌ଫେଡ ଦୁଗ୍ଧ ସଂଗ୍ରହ କେନ୍ଦ୍ର ପରିଦର୍ଶନ, ଚାଷୀ ମାନଙ୍କ ସହ କଲେ ଆଲୋଚନା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.