ଭୁବନେଶ୍ବର ୨।୧: ଓଏଏସ୍ ସ୍ତରରେ ଅଦଳବଦଳ । ରାଜ୍ୟ ସରକାର ୩ ଜଣ ଓଡିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କୁ ବଦଳି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେସନ୍ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏକ୍ସ-ଅଫିସିଓ ସ୍ବତନ୍ତ୍ର ସଚିବ ଓଏଏସ୍ ଦେବାଶିଷ ସିଂହଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ବ ଦିଆଯାଇଛି ।
ସେହିଭଳି ଇସ୍ପାତ ଏବଂ ଖଣି ବିଭାଗ ଅତିରିକ୍ତ ସଚିବ ଓଏଏସ୍ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି ।
ଏହା ବ୍ୟତୀତ ବରିଷ୍ଠ ଓଏଏସ୍ ଗୌତମ ଚୌଧୁରୀଙ୍କୁ ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି ।
You Can Read:
ଶୀତ କାକରରେ ମଣ୍ଡିରେ ପଡ଼ିଛି ଧାନ, ଜରି ଅଖାରେ ଭର୍ତ୍ତିକରି ଦେଲେ ନେଉନାହାନ୍ତି ମିଲର