ଶୀତ କାକରରେ ମଣ୍ଡିରେ ପଡ଼ିଛି ଧାନ, ଜରି ଅଖାରେ ଭର୍ତ୍ତିକରି ଦେଲେ ନେଉନାହାନ୍ତି ମିଲର

Published By : Prameya-News7 Bureau | January 02, 2025 IST

ଆନନ୍ଦପୁର ୨।୧: ଦୀର୍ଘ ୬ଦିନ ହେଲା ଶୀତ କାକରରେ ମଣ୍ଡିରେ ଧାନ ଧରି ବସିଛନ୍ତି ଚାଷୀ । ହେଲେ ମିଲର ନେଉନାହାନ୍ତି ଧାନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ଚାଷୀ ମାନେ ଜରି ଅଖାରେ ଧାନ ଦେଉଥିବାରୁ ମିଲର ଧାନ ନେଉନାହାନ୍ତି । ତୁରନ୍ତ ସମସ୍ୟାର ସମାଧାନ ନହେଲେ ଜାତୀୟ ରାଜପଥ ୨୦କୁ ଚାଷୀ ମାନେ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି । 

ଆନନ୍ଦପୁର ଉପଖଣ୍ଡ ଶୈଲଙ୍ଗ ସୋସାଇଟିରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ଡିସେମ୍ବର ୨୮ ତାରିଖ ଦିନ ଏହି ସୋସାଇଟିରେ ଧାନ କିଣିବାକୁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଚାଷୀ ମାନେ ଧାନ ଧରି ପହଞ୍ଚିଥିଲେ । ଏଇ ଭିତରେ ୬ ଦିନ ବିତି ଯାଇଥିଲେ ମଧ୍ୟ ଜରି ଅଖାରେ ଧାନ ପ୍ୟାକ୍ ହୋଇଥିବାରୁ ଏଯାବତ ସେମାନଙ୍କ ଧାନ ମିଲର ନେଉନାହାନ୍ତି । ଚାଷୀ ମାନଙ୍କୁ କେବଳ ଝୋଟ ଅଖାରେ ଧାନ ଦେବାକୁ କୌଣସି ପ୍ରାକ୍ ସୂଚନା ମଧ୍ୟ ଦିଆଯାଇନାହିଁ । ଘଟଣା ସମ୍ପର୍କରେ ଚାଷୀ ମାନେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ମିଳିଛି ।


You Can Read:

ବିଜେପି ସରକାରର କାର୍ଯ୍ୟଶୈଳୀ ଦେଖି ଆଇଭୋରି ଟାୱାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି : ମୁଖ୍ୟମନ୍ତ୍ରୀ


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.