କଟକ ଜିଲ୍ଲାପାଳଙ୍କ ଓମ୍‌ଫେଡ ଦୁଗ୍ଧ ସଂଗ୍ରହ କେନ୍ଦ୍ର ପରିଦର୍ଶନ, ଚାଷୀ ମାନଙ୍କ ସହ କଲେ ଆଲୋଚନା

Published By : Prameya-News7 Bureau | October 04, 2024 IST

ଆଠଗଡ଼ ୪।୧୦: କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଛଅଗାଁରେ ଥିବା ଓମ୍‌ଫେଡ ଦୁଗ୍ଧ  ସଂଗ୍ରହ କେନ୍ଦ୍ର ଗସ୍ତ କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ । ଆଗରୁ ଏହି ସ୍ଥାନରୁ କେବେ ଦୁଗ୍ଧ ଉତ୍ପାଦନ ହୋଇନଥିଲା । ଗସ୍ତ ସମୟରେ ଜିଲ୍ଲାପାଳ ଏହା ଦେଖିବାକୁ ପାଇଥିଲେ । ସରକାରଙ୍କ ଓମ୍‌ଫେଡ ପକ୍ଷରୁ ଏହି ଅଭିନବ ପ୍ରୟାସ ପରେ ଏବେ ୨୦୦ ଲିଟରରୁ ଉର୍ଦ୍ଧ୍ବ ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ଆଗକୁ କେମିତି ୨ ହଜାର ଲିଟରକୁ ବୃଦ୍ଧି କରାଯିବା ସେ ଦିଗରେ ଆଗକୁ ପ୍ରୟାସ କରାଯିବ ବୋଲି  ଜିଲ୍ଲାପାଳ କହିଛନ୍ତି । 

ଓମ୍‌ଫେଡ ଚାଷୀ ମାନଙ୍କର ଦୁଗ୍ଧ ସଂଗ୍ରହ କେନ୍ଦ୍ର ସମ୍ବନ୍ଧରେ ଆଲୋଚନା କରିବା ସହିତ କିପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ ସେ ନେଇ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ସେପଟେ ନିଜର ଉତ୍ପାଦିତ ସାମଗ୍ରୀକୁ ଶାଗ ମାଛ ଦରରେ ବିକୁଥିବା ଏହି ପ୍ରକଳ୍ପ ହେବା ପରେ ଉଚିତ୍ ମୂଲ୍ୟ ମିଳୁଥିବାରୁ ଦୁଗ୍ଧ ଚାଷୀ ଖୁସି ଜାହିର କରିଛନ୍ତି ।

You Can Read:

ରାଜନୀତି ପାଇଁ ଯଥେଷ୍ଟ ମୈଦାନ ଅଛି, ରାଜଭବନକୁ ତା ଭିତରକୁ ଟଣା ନଯାଉ : ମନମୋହନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.