ଶ୍ରୀଜିଉଙ୍କ ଦର୍ଶନ କଲେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମିନା, ‘ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କୁ ଗୁରୁ ଦାୟିତ୍ଵ ମିଳିଛି’

Published By : Prameya-News7 Bureau | October 04, 2024 IST

ପୁରୀ ୪।୧୦: ପୁରୀରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଇପିଏସ୍ ଚରଣ ସିଂ ମିନା । ଦାୟିତ୍ବ ଗ୍ରହଣ କରିବା ପରେ ଶୁକ୍ରବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଚରଣ ସିଂ ମିନା ।

ତେବେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଚରଣ ସିଂ ମିନା ପହଞ୍ଚିବା ପରେ ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହାସହ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସେବାୟତ ମାନେ ମଧ୍ୟ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କୁ ସ୍ବାଗତ କରିଥିଲେ । 

ଦର୍ଶନ ସାରି ଫେରିବା ପରେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମିନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କୁ ଗୁରୁ ଦାୟିତ୍ଵ ମିଳିଛି । ଶ୍ରୀମନ୍ଦିର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ମଧ୍ୟ ସବୁବେଳେ ପ୍ରାଧାନ୍ୟ ଦିଆଯାଉଛି । ସେହିପରି ଅପରାଧ ନିୟନ୍ତ୍ରଣ, ଥାନାକୁ ଆସୁଥିବା ପିଡୀତ ମାନଙ୍କୁ ଏକ ନିର୍ଦ୍ଧାରିତ ସମୟ ଭିତରେ ନ୍ୟାୟ ପ୍ରଦାନ କରିବା ପୋଲିସର ମୂଳ ଲକ୍ଷ ରହିବ ବୋଲି ସେ କହିଛନ୍ତି। 

You Can Read:

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ଉଦ୍ୟମ, ବିରୋଧ କରିବାରୁ ଭୁଜାଲିରେ ହାଣିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.