ଘର ବାହାରେ ଦଳିଦେଲା ଦନ୍ତା, ଘଟଣାସ୍ଥଳରେ ଚାଲିଗଲା ଜୀବନ

Published By : Prameya-News7 Bureau | October 04, 2024 IST

ବଣାଇ ୪।୧୦: ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ପାଟମୁଣ୍ଡା ଗ୍ରାମର ମତ ସାହିରେ ହାତୀ ଆକ୍ରମଣ । ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ମତସାହିର ୫୦ ବର୍ଷ ବୟସ୍କ ସମା ମୁଣ୍ଡା । ଗତ ରାତିରେ ଗୋଠ ଛଡ଼ା ଦନ୍ତା ହାତୀ ସମାଙ୍କ ଘର ନିକଟକୁ ଆସିଥିଲା । ପରିବାର ଲୋକ ଘର ଛାଡି ଦୌଡ଼ିବାକୁ ଲାଗିଥିଲେ । ସେହି ସମୟରେ ସମା ଦନ୍ତା ସାମ୍ନାରେ ପଡ଼ି ଯାଇଥିଲେ । ତାଙ୍କୁ ଦନ୍ତା ଶୁଣ୍ଢରେ ଟାଣି ନେଇ ଘର ବାହାରେ ପାଦରେ ଦଳି ଦେଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ବନ ବିଭାଗ ଶବକୁ ଜବତ କରି କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

୧୫ ଦିନ ପୂର୍ବରୁ ଏହି ଦନ୍ତା ହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରି ଶରୀରରେ ରେଡ଼ିଓ କଲାର ଲଗାଇ ଦେଇଥିଲା । ଯାହା ଫଳରେ ବନ ବିଭାଗ ହାତୀର ଗତିବିଧି ଉପରେ ଅତି ସହଜରେ ନଜର ରଖିପାରୁଥିଲା । ଏହାପରେ ମଧ୍ୟ ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ଯାଇଛି । ଯାହା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

You Can Read:

ରାଜଧାନୀରେ ପୋଲିସକୁ ଛୁରାମାଡ଼, ଗଣ୍ଡଗୋଳ ବେଳେ ଛୁରୀ ଭୁସିଲା ଦୁର୍ବୃତ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.