ସାଙ୍କେତିକ ଭାଷାରେ ଜାତୀୟ ସଙ୍ଗୀତ ଗାନ କଲେ ମୁକ ବଧିର ଛାତ୍ରଛାତ୍ରୀ

Published By : Prameya-News7 Bureau | August 15, 2024 IST

ବିନିକା ୧୫: ୭୮ତମ ସ୍ବାଧୀନତା ଦିବସ ସାରା ଦେଶରେ ପାଳନ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଢେଇପଙ୍କ ପଞ୍ଚାୟତରେ ଥିବା ହ୍ୟାପିହେଣ୍ଡସ୍ ସ୍କୁଲ ଫର୍ ଦି ଡେଫ୍ ରେ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଛି । କିନ୍ତୁ ଏଠାରେ କିଛି ଅଲଗା ଦେଖିବାକୁ ମିଳିଛି । ଏହା ଗୋଟିଏ ଆବାସିକ ମୁକବଧିର ବିଦ୍ୟାଳୟ । ତେଣୁ ଛାତ୍ରଛାତ୍ରୀ ମାନେ ମୁକ ଓ ବଧିର ଥିବାରୁ ଜାତୀୟ ସଙ୍ଗୀତ ଗାଈ ପାରିବା ସମ୍ଭବ ନ ଥିଲେ ମଧ୍ୟ ଭାରତୀୟ ସାଙ୍କେତିକ ଭାଷାରେ ଏହା କରି ଦେଖାଇଛନ୍ତି । ବିଦ୍ୟାଳୟର ଡାଇରେକ୍ଟର ଡ଼ ଶିବାଜୀ ପଣ୍ଡା ଏହାକୁ ୨୦୦୧ ମସିହାରେ ନିର୍ମାଣ କରିଥିଲେ । ଶିବାଜୀ ପଣ୍ଡା ହେଉଛନ୍ତି ଏହି ସ୍କୁଲର ଡାଇରେକ୍ଟର । ଏହି ସ୍କୁଲରେ ଭାରତର କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ମାନେ ରହି ପାଠ ପଢ଼ୁଛନ୍ତି ।

You Can Read:

ବୌଦ୍ଧରେ ୩୦୦ ଫୁଟର ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ଛାତ୍ରଛାତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.