ଏଥର ଦୁର୍ଗାପୂଜାରେ ମଦମୁକ୍ତ ଭସାଣୀ, ଡିଜେମୁକ୍ତ ରୋଷଣୀ ପାଇଁ ନିଷ୍ପତ୍ତି, ଜୋରଜବରଦସ୍ତ ଚାନ୍ଦା ମାଗିଲେ ହେବ ଏତଲା

Published By : Prameya-News7 Bureau | September 01, 2024 IST

କଟକ ୧।୯: କଟକରେ ଦୁର୍ଗାପୂଜା ଓ ଭସାଣୀରେ ଡିଜେ ସମ୍ପୂର୍ଣ୍ଣ ମନା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଦୁର୍ଗାପୂଜାରେ ମଦମୁକ୍ତ ଭସାଣୀ, ଡିଜେମୁକ୍ତ ରୋଷଣୀ ପାଇଁ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ୧୪ରେ ଦୁର୍ଗାପୂଜା ଭସାଣୀ ଅନୁଷ୍ଠିତ ହେବା ସହ ରାତି ୧୨ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ରହିଛି । ଭସାଣୀ ଶୋଭାଯାତ୍ରାରେ ୬ଟି ବକ୍ସ ବଜାଇ ପାରିବେ ପୂଜା କମିଟି । କିନ୍ତୁ ଡିଜେ ବଜାଇ ପାରିବେ ନାହିଁ । ଜୋରଜବରଦସ୍ତ ଚାନ୍ଦା ମାଗିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ଏତଲା ହେବ ।

କଟକରେ ଦୁର୍ଗା ପୂଜା ଓ ଭସାଣୀ ଉତ୍ସବ ପାଇଁ ପୂଜା କମିଟି ମାନେ ପ୍ରସ୍ତୁତ ହେଉଥିବା ବେଳେ କଟକର ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ୪୨ ମୌଜା ଠାରେ ଥିବା ଯଶୋଦା ଗାର୍ଡେନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଟକ ଭୁବନେଶ୍ବର କମିଶନରେଟ୍ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଥାନା ଅଧିକାରୀ, ମେୟର, ପୂର୍ବତନ ବିଧାୟକ ଓ ପୂର୍ବାଞ୍ଚଳ ପୂଜା କମିଟି ଅଧୀନରେ ଥିବା ସମସ୍ତ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଯେହେତୁ କଟକ ସହରର ମୁଖ୍ୟ ପର୍ବ ହେଉଛି ଦୁର୍ଗାପୂଜା ତେଣୁ ଏହାକୁ କିଭଳି ସୁରୁଖୁରୁରେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ପୂଜା ସମୟରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ନକରିବା ଓ ଡିଜେ ନ ବଜାଇବା ପାଇଁ ଗୁରୁତ୍ବ ଦିଆଯାଇଥିଲା । ଏହି ଅବସରରେ ପୋଲିସ ପକ୍ଷରୁ ‘ନିଶା ମୁକ୍ତ ଭସାଣୀ ଡିଜେ ମୁକ୍ତ ରୋଷଣୀ’ ପାଇଁ ଏକ କ୍ୟାସେଟ୍ ଉନ୍ମୋଚନ କରାଯାଇଥିଲା । ଚଳିତ ବର୍ଷ ଡିଜେ ଗାଡ଼ିକୁ ଅନୁମତି ଦିଆଯାଇ ନାହିଁ । କେବଳ ୬ଟି ବକ୍ସକୁ ଏକା ଥରକେ ଅନୁମତି ଦିଆଯିବ ଓ ଯଦି କେହି ଜୋର ଜବରଦସ୍ତ ଚାନ୍ଦା ଆଦାୟ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

You Can Read:

କେନ୍ଦ୍ରାପଡାର ଏକ ଶ୍ମଶାନରୁ ୬ ବସ୍ତା ମୃତ କୁକୁଡା ଠାବ, ବାର୍ଡ ଫ୍ଲୁ ଆତଙ୍କରେ ଭୟଭୀତ ଗ୍ରାମବାସୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.