ନୂଆଦିଲ୍ଲୀ ୨୫/୦୩: ରାଜଧାନୀ ଦିଲ୍ଲୀରୁ ହଟିବ ବସ୍ତି । ରେଖା ସରକାର ହଟାଇଲେ ବସ୍ତି ଯୁଗ । ଏମିତି କିଛି ବଜେଟରେ ବଡ ଘୋଷଣା କରିଛନ୍ତି ରେଖା ଗୁପ୍ତା ସରକାର । ଏଥିପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିଛନ୍ତି ଦିଲ୍ଲୀ ସରକାର । ବଜେଟରେ ବସ୍ତି ଏବଂ ଜେଜେ କଲୋନିରେ ରହୁଥିବା ଲୋକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ନୂଆ ସରକାର ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ପରେ ରେଖା ବସ୍ତିବାସିନ୍ଦାଙ୍କ ପାଇଁ ବଡ ଘୋଷଣା କରି କହିଛନ୍ତି ଯେ, ଦିଲ୍ଲୀର ଏକ ବଡ଼ ଅଂଶ ବସ୍ତିରେ ଜୀବନ କାଟୁଛନ୍ତି । ପୂର୍ବରୁ ଏମାନଙ୍କ ପାଇଁ ବଜେଟ୍ ରଖାଯାଇଥିଲା, କିନ୍ତୁ ତାହା ଖର୍ଚ୍ଚ ହେଉନଥିଲା । ବସ୍ତି ଏବଂ ଜେଜେ କଲୋନୀରେ ସୁବିଧା ଯୋଗାଇବା ପାଇଁ ୬୯୬ କୋଟି ଟଙ୍କା ଆବଣ୍ଟନ ହେବାକୁ ଯାଉଛି ।
#WATCH | #DelhiBudget2025 | CM Rekha Gupta says, "... There is a lot of difference between us and them (AAP)... You (AAP) made promises, we will fulfil them. You abused the governments of the other states, we will establish harmony and work together... You made 'Sheesh Mahal', we… pic.twitter.com/41fWqtK9Pm
— ANI (@ANI) March 25, 2025
ଏହି ଅବସରରେ ସେ ଆପକୁ କଟାକ୍ଷ କରି ସେ କହିଛନ୍ତି ଯେ, ଆପର ନେତାମାନେ କହୁଥିଲେ ବିଜେପି ଆସିଲେ ବସ୍ତି ଭାଙ୍ଗିଦେବ । ବସ୍ତିବାସିନ୍ଦାଙ୍କ ଘର ଛଡାଇନେବ । କିନ୍ତୁ ଆମେ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛୁ । ଆମେ ସେମାନଙ୍କୁ କହିବାକୁ ଚାହୁଁଛୁ ଯେ ଆମେ ବସ୍ତିବାସିନ୍ଦାଙ୍କ ପାଇଁ ୧୫୭ ପ୍ରତିଶତ ଅଧିକ ବଜେଟର ବ୍ୟୟବରାଦ କରିଛୁ । ପୂର୍ବ ସରକାର ଯୋଜନାଗୁଡ଼ିକ ଅପେକ୍ଷା ଯୋଜନାଗୁଡ଼ିକର ବିଜ୍ଞାପନରେ ଅଧିକ ଖର୍ଚ୍ଚ କରିଥିଲେ । କିନ୍ତୁ ଆମର ସ୍ୱପ୍ନ, ଏକ ସମୃଦ୍ଧ ଏବଂ ସଶକ୍ତ ଦିଲ୍ଲୀ ଗଠନ କରିବା ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଲ୍ଲୀକୁ କିଛି ମିଳିପାରିନଥିଲା । କୌଣସି ଗରିବ ଲୋକ ଆବାସ ଯୋଜନାରୁ ଉପକୃତ ହୋଇପାରିନଥିଲେ । କିନ୍ତୁ ବର୍ତ୍ତମାନ ଯେପରି ଗରିବ ଲୋକମାନେ ଏଥିରୁ ଲାଭ ପାଇପାରିବେ ସେଥିପାଇଁ ଆମ ସରକାର ଏହି ଯୋଜନାକୁ ଲାଗୁ କରିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୨୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।
ସେ ଆହୁରି କହିଛନ୍ତି ଦିଲ୍ଲୀରେ ଖରାପ ଡ୍ରେନେଜ୍ ବ୍ୟବସ୍ଥା ଏକ ଗମ୍ଭୀର ସମସ୍ୟା । ଲୋକମାନେ ବର୍ଷାକୁ ଖରାପ କହିବା ଆରମ୍ଭ କଲେ, କିନ୍ତୁ ବର୍ଷା ଖରାପ ନଥିଲା, ପୂର୍ବ ସରକାରଗୁଡ଼ିକର ଶାସନ ବ୍ୟବସ୍ଥା ଢିଲା ଥିଲା । ଆମ ସରକାର ଏହି ସମସ୍ୟାକୁ ମୂଳରୁ ମୂଳୋତ୍ପାଟନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏହି ଦିଗରେ, ଆମେ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ୬୦୩ କୋଟି ଟଙ୍କା ଆବଣ୍ଟନ କରୁଛୁ । ଯେଉଁ ଡ୍ରେନ୍ ଦିନେ କେବେ ସଫା ହୋଇନାହିଁ, ସେଗୁଡ଼ିକୁ ସଫା କରାଯିବ । ଡ୍ରେନ୍ ନିର୍ମାଣ ପାଇଁ ୧୫୦ କୋଟି ଟଙ୍କାର ପାଣ୍ଠି ରଖାଯାଇଛି।"