ଦିଲ୍ଲୀ ରେଜଲ୍ଟ; ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି; ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେପି ଆଗରେ

Published By : Prameya-News7 Bureau | February 08, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ରେଜଲ୍ଟ । କିଏ କରିବ ସରକାର, ସଂଧ୍ୟା ପୂର୍ବରୁ ସ୍ପଷ୍ଟ ହୋଇଯିବ ଚିତ୍ର । ଏହା ପୂର୍ବରୁ ଭୋଟ୍ ଗଣତି ଟ୍ରେଣ୍ଡିଂ ଆସିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ମ୍ୟାଜିକ୍ ନମ୍ବର ଛୁଇଁଛି । ପୋଷ୍ଟାଲ୍ ବାଲଟ୍ ଗଣତିରେ ଭାରତୀୟ ଜନତା ପାର୍ଟି ଆଗରେ ରହିଛି । ଏଭିଏମରେ ବିଜେପି ୪୨ଟି ଆସନରେ ଆଗରେ ରହିଥିବା ବେଳେ ଆପ୍ ୨୫ ଏବଂ  କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛି ।   

ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ସଂଯୋଜକର ଅରବିନ୍ଦ କେଜ୍ରିଓ୍ବାଲ ନୂଆଦିଲ୍ଲୀ ଆସନରେ ପଛରେ ରହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଆତିଶି ପ୍ରାରମ୍ଭିକ ଭୋଟ୍ ଗଣତି  ପଛରେ ରହିଛନ୍ତି । ସେ ତାଙ୍କ ପାରମ୍ପରିକ ଆସନ କାଲକାଜିରୁ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ଜଙ୍ଗପୁର ଆସନରୁ ପଛରେ ଚାଲୁଛନ୍ତି ।      

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.