ଦିଲ୍ଲୀ ହାଇକୋର୍ଟରୁ କେଜ୍ରିଓ୍ବାଲଙ୍କୁ ଝଟକା; ନିମ୍ନ ଅଦାଲତର ଜାମିନ୍ ରାୟକୁ କଲେ ରଦ୍ଦ

Published By : Prameya-News7 Bureau | June 25, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅଦାଲତି ଝଟକା । ରାଉଜ ଆଭେନ୍ୟୁ କୋର୍ଟଙ୍କ ଜାମିନ୍ ରାୟକୁ ରଦ୍ଦ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଆପ୍ ସୁପ୍ରିମୋଙ୍କ ବେଲ୍ ଉପରେ ରୋକ୍ ଲଗାଇଛନ୍ତି ଉଚ୍ଚ ଅଦାଲତ । ମାମଲାର ଶୁଣାଣି ବେଳେ ବିଚାରପତି କହିଛନ୍ତି, ନିମ୍ନ କୋର୍ଟର ଅବକାଳୀନ ଖଣ୍ଡପୀଠ ନିଜ ବୁଦ୍ଧି ବିଚାରି ଜାମିନ୍ ପ୍ରଦାନ କରିଥିଲେ । ତଳ କୋର୍ଟ ଇଡିର ଦସ୍ତାବିଜକୁ ଏବଂ ପିଏମଏଲଏ ଧାରା-୪୫ର ସର୍ତ୍ତକୁ ଠିକ୍ ଭାବେ ଅଧ୍ୟୟନ କରିନାହାନ୍ତି । ତେଣୁ ହାଇକୋର୍ଟ କେଜ୍ରିଓ୍ବାଲଙ୍କ ଜାମିନକୁ ରଦ୍ଦ କରିଛନ୍ତି । ଫଳରେ ତିହାର ଜେଲରେ ରହିବେ ଆପ୍ ସୁପ୍ରିମୋ । 

ଅନ୍ୟପଟେ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ସାମୟିକ ରହିତାଦେଶ ଲଗାଇଥିଲେ । ଏହାକୁ ବିରୋଧ କରି କେଜ୍ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟରେ ମାମଲା ରହିଥିବାରୁ ସର୍ବୋଚ୍ଚ ଅଦାଲତଙ୍କ ରାୟ ଆସିବା ଯାଏ ଅପେକ୍ଷା କରିବାକୁ କହିଥିଲେ । ଏବେ ଉଚ୍ଚ ଅଦାଲତ ଜାମିନକୁ ରଦ୍ଦ କରିବା ପରେ ସୁପ୍ରିମକୋର୍ଟ ଏକମାତ୍ର ଭରସା । ଜୁନ୍ ୨୬ ତାରିଖରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ୍ ରାୟର ଶୁଣାଣି ହେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.