ଆପଣଙ୍କୁ ଯମୁନା ମା'ଙ୍କ ଅଭିଶାପ ଲାଗିଗଲା....ଇସ୍ତଫା ଦେବାକୁ ଯାଇଥିବା ଆତିଶୀଙ୍କୁ କହିଲେ ଏଲ.ଜି

Published By : Prameya-News7 Bureau | February 10, 2025 IST

ନୁଆଦିଲ୍ଲୀ ୧୦/୦୨: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ପରାସ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା । ରବିବାର ଉପରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫା ପତ୍ର ଦେଇଥିଲେ । ତେବେ ଇସ୍ତଫା ଦେବାବେଳେ ଆତିଶୀଙ୍କୁ କଟାକ୍ଷ କରିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ । ଯମୁନା ପ୍ରଦୂଷଣକୁ ନେଇ ଆତିଶୀଙ୍କୁ ସମାଲୋଚନା କରିଛନ୍ତି ସେ । ସେ କହିଛନ୍ତି ତୁମକୁ ଯମୁନା ମାତାଙ୍କ ଅଭିଶାପ ଲାଗିଗଲା ବୋଧେ । ସେଥିପାଇଁ ତେଣୁ ତୁମେ ପରାସ୍ତ ହେଲ ବୋଲି କହିଛନ୍ତି ଉପରାଜ୍ୟପାଳ ଭି.କେ ସକ୍ସେନା ।

ସୂଚନା ଥାଉକି, ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଆତିଶୀ ଗତବର୍ଷ ସେପ୍ଟେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମାତ୍ର ସାଢେ ୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଆତିଶୀ । ସୁଷମା ସ୍ବରାଜ ଓ ଶିଲା ଦୀକ୍ଷିତଙ୍କ ପରେ ଆତିଶୀ ହୋଇଥିଲେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ । କାଲକାଜୀ ଆସନରୁ ପ୍ରାର୍ଥୀ ହୋଇଥିଲେ ଆତିଶୀ । ସେ ବିଜେପିର ରମେଶ ବିଧୁଡୀଙ୍କୁ ୩୫୦୦ରୁ ଅଧିକ ଭୋଟରେ ହରାଇ ବିଜୟୀ ହୋଇଥିଲେ । କିନ୍ତୁ ତାଙ୍କ ଦଳ ଆପକୁ ମିଳିପାରିନଥିଲା ବହୁମତ । ଫଳରେ ହାତରୁ ଖସିଥିଲା ଆସନ । 

ଦିଲ୍ଲୀରେ ହୋଇଥିବା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ପରାସ୍ତ ହୋଇଛି । ୪୮ଟି ଆସନ ଜିତି ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିଛି ଭାରତୀୟ ଜନତା ପାର୍ଟି । ଦିଲ୍ଲୀ ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଆତିଶୀ । ଏବେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ  ବିଜେପିର ମାନସ ମନ୍ଥନ ଜାରି ରହିଛି । ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ପରବେଶ ବର୍ମା ସିଏମ ରେସରେ ଆଗରେ ରହିଛନ୍ତି । 

କହିବାକୁ ଗଲେ ଶନିବାର ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ଆଦମୀ ପାର୍ଟି ଉପରେ ବର୍ଷିଥିଲେ । ଖାସ୍ କରି ଯମୁନାକୁ ସଫା ଏବଂ ସୁନ୍ଦର କରିବା ପାଇଁ ଶପଥ ନେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ଲୋକମାନେ ଦିଲ୍ଲୀବାସୀଙ୍କ ବିଶ୍ୱାସକୁ ନିଜ ପାଦ ତଳେ ଦଳି ଦେଇଛନ୍ତି । ତା'ପରେ ଖୋଲାଖୋଲି ଭାବରେ ହରିୟାଣାକୁ ଦୋଷ ଦେଇଛନ୍ତି। ସେ ବାରମ୍ବାର 'ଯମୁନା ମୈୟା କି ଜୟ' କହି ତାଙ୍କ ଭାଷଣ ଶେଷ କରିଥିଲେ । 

also read....

ମହାକୁମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସ୍ଥାର ସ୍ନାନ; ସଙ୍ଗମରେ ପୂଜାର୍ଚ୍ଚନା କରୁଛନ୍ତି ମହାମହିମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.