୨ ମାସ ଯାଏ ଅଧିକାରୀଙ୍କୁ ଛୁଟି ମନା, ଏମର୍ଜେନ୍ସି କଣ୍ଟ୍ରୋଲ୍ ରୁମ୍ ଗଠନ ପାଇଁ ନିର୍ଦ୍ଦେଶ; ଦିଲ୍ଲୀ ପାଇଁ LGଙ୍କ ଆକ୍ସନ ପ୍ଲାନ୍

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ: ମୌସୁମୀର ପ୍ରଥମ ବର୍ଷାରେ ବେହାଲ ଦିଲ୍ଲୀ ସ୍ଥିତିର ସମୀକ୍ଷା କରିବା ପାଇଁ ଉପରାଜ୍ୟପାଳ ଭିକେ ସକ୍ସେନା ଜରୁରିକାଳୀନ ବୈଠକ କରିଛନ୍ତି । ଏହାସହ ଜଳମଗ୍ନ ସ୍ଥିତିର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଉପରାଜ୍ୟପାଳ ଏମର୍ଜେନ୍ସି କଣ୍ଟ୍ରୋଲ୍ ଗଠନ କରିବା ପାଇଁ କହିଛନ୍ତି । ଏଲଜି କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉପରାଜ୍ୟପାଳ ଭିକେ ସକ୍ସେନା ଶୁକ୍ରବାର ଦିଲ୍ଲୀ ସରକାର, ଦିଲ୍ଲୀ ଜଳ ବୋର୍ଡ, ବିଡବ୍ଲୁଡି, ଆଇଆଣ୍ଡଏଫସି, ଏମସିଡି, ଏନଡିଏସି, ଦିଲ୍ଲୀ ପୋଲିସ, ଡିଡିଏ ଏବଂ ଏନଡିଆରଏଫ ସହ ଜରୁରିକାଳୀନ ବୈଠକ କରିଛନ୍ତି । 

ଉପରାଜ୍ୟପାଳ ସ୍ଥିତିର ମୁକାବିଲା ପାଇଁ କଣ୍ଟ୍ରୋଲ୍ ରୁମ୍ ଗଠନ କରିବା ସହ ୨୪*୭ ଏହାକୁ ପରିଚାଳନା କରିବା ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତିତ ଛୁଟିରେ ଥିବା ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଡ୍ୟୁଟିକୁ ଫେରିବା ପାଇଁ କହିଛନ୍ତି । ଏହାସହ ଆଗାମୀ ୨ ମାସ ଯାଏ ସମସ୍ତଙ୍କ ଛୁଟି ବାତିଲ କରାଯାଇଛି ।

ଉପରାଜ୍ୟପାଳ କାର୍ଯ୍ୟାଳୟ ଅନୁସାରେ, ଜରୁରି ବୈଠକର ଅଧ୍ୟକ୍ଷତା କରି ଏଲଜି କହିଛନ୍ତି ଯେ ଛୁଟିରେ ଯାଇଥିବା ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ଦରକାର । ଭିକେ ସକ୍ସେନା କହିଛନ୍ତି ଯେ ନାଳରୁ ମଇଳା ବାହାର କରିବା ପାଇଁ ଏବେବି ପୂରା ହୋଇନି । ଉପରାଜ୍ୟପାଳ ଅଧିକାରୀଙ୍କୁ ଆଗାମୀ ସପ୍ତାହରେ ଏମର୍ଜେନ୍ସି ଆଧାରରେ ନାଳ ସଫା କାମ କରିବାକୁ କହିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ବିଭାଗକୁ ହରିୟାଣା ଏବଂ ହିମାଚଳ ପ୍ରଦେଶର ନିଜ ସମକକ୍ଷଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.