କୋଣାର୍କ ୧୭/୧୧:ଓଡ଼ିଆ ଅସ୍ମିତା ଓ ଐତିହ୍ୟର ସୁରକ୍ଷା ପାଇଁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା । ଧାରଣା ଦେଇଛି ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବହିନ୍ଦୁ ପରିଷଦ । ବିଭିନ୍ନ ଦାବି ମଧ୍ୟରେ ରହିଛି ସୂର୍ଯ୍ୟ ମନ୍ଦିରର ଉପଯୁକ୍ତ ସଂରକ୍ଷଣ,ମନ୍ଦିରର ଚାରିପାଖ ବିକାଶ ଓ ସୌନ୍ଦର୍ଯ୍ୟକରଣ,ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ,ସୂର୍ଯ୍ୟ ମନ୍ଦିର ପରିକ୍ରମା ଓ ପ୍ରତି ଶନିବାର ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁକ୍ଳ ଛାଡ । ପ୍ରତିବର୍ଷ ମିଳିତ ଭାବରେ ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବହିନ୍ଦୁ ପରିଷଦ ଧାରଣାରେ ବସିଥାଏ । କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ୧୯୯୬ ମସିହା ଠାରୁ ଦାବି ପୂରଣ ପାଇଁ ସଂଗ୍ରାମ ଜାରି ରହିଛି । ଚଳିତ ବର୍ଷ ଏହି ଗଣଧାରଣା ୨୯ ବର୍ଷରେ ପହଞ୍ଚିଛି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଧାରଣା ଜାରି ରହିବ ନେଇ ଚେତାବନୀ ଦିଆଯାଇଛି ।
ମହାରାଷ୍ଟ୍ର ଭୋଟ ପୂର୍ବରୁ ଏକନାଥ ସିନ୍ଦେଙ୍କ ଆଶ୍ଚର୍ଯ...