ରାଜ୍ୟରେ ଏବେ ଡେଙ୍ଗୁ ସ୍ଥିତି ସ୍ଥିର ରହିଛି, ସବୁ ଜିଲ୍ଲାକୁ ପଠାଯାଇଛି ଔଷଧୀୟ ମଶାରୀ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | August 29, 2024 IST

ଭୁବନେଶ୍ବର ୨୯।୮: ରାଜ୍ୟରେ ଏବେ ଡେଙ୍ଗୁ ସ୍ଥିତି ସ୍ଥିର ରହିଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି । ବିଶେଷ କରି ସୁନ୍ଦରଗଡ ଓ ଖୋର୍ଦ୍ଧାରେ ଆକ୍ରାନ୍ତ ସଂଖ୍ୟା ଅଧିକ ଅଛି ।  କିନ୍ତୁ ଚିନ୍ତାର କାରଣ ନାହିଁ । ସୁନ୍ଦରଗଡରେ ଏବେ ବି ୩ଟା ଟିମ୍ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।  ଚଳିତ ବର୍ଷ ୭୫ ହଜାରରୁ ଅଧିକ ଡେଙ୍ଗୁ ପରୀକ୍ଷା କରାଯାଇଛି । ପ୍ରତ୍ୟେକ ଦିନ ୩ ହଜାରରୁ ଅଧିକା ଟେଷ୍ଟ କରାଯାଉଛି । ସେଥିରୁ ୫୦ରୁ ୬୦ଜଣ ଚିହ୍ନଟ କରାଯାଉଛି । ସ୍ବାସ୍ଥ୍ୟ ବିଭାଗ ଡେଙ୍ଗୁ ପାଇଁ ଆଲର୍ଟ ଅଛନ୍ତି । ତେଣୁ ଆଉ ବିଶେଷ ବ୍ୟାପିବ ନାହିଁ । ସେପଟେ ଔଷଧୀୟ ମସାରୀ ଆସିସାରିଛି । ପ୍ରତ୍ୟେକ ଜିଲ୍ଲାକୁ ପଠାଇ ଦିଆଯାଇଛି । ଖୁବ୍‌ଶୀଘ୍ର ବଣ୍ଟା ଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

You Can Read:

ମଣିଷକୁ ସଂକ୍ରମଣ ହୋଇନାହିଁ ବାର୍ଡ ଫ୍ଲୁ, ଜଣଙ୍କୁ ରଖାଯାଇଛି ଆଇସୋଲେସନରେ : ସ୍ୱାସ୍ଥ୍ୟ ମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.