ଜିରୋ କାଜୁଆଲଟି ପାଇଁ ସରକାରଙ୍କ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି, ଅଗ୍ନିଶମ ବିଭାଗ ବି ସଜାଗ : ପ୍ରଭାତୀ ପରିଡ଼ା

Published By : Prameya-News7 Bureau | October 22, 2024 IST

କୋଣାର୍କ ୨୨।୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଗୋପ ବ୍ଲକ୍‌ରେ ଜରୁରୀ କାଳୀନ ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାତ୍ୟା ପାଇଁ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ ଗୋଟି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ସମେତ ସମସ୍ତେ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବା ଲାଗି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେପଟେ ୨୧ ହଜାର ହେକ୍ଟର ଚାଷ ଜମିରୁ ୧୦୫୦ ହେକ୍ଟର ଜମିରେ ଧାନ ପାଚିଛି । ସେସବୁ ଉପରେ ଧ୍ୟାନ ରଖାଯାଉଛି । ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି । ରାସ୍ତା ଉପରେ ଗଛ ପଡିଲେ ସଫା କରିବେ । ଯଦି କେଉଁଠି ପାଣି ହୋଇଯାଏ ବୋଟ୍ ସହଯୋଗରେ ସମସ୍ତ ସହଯୋଗ ଯୋଗାଇ ଦେବେ । ଜିରୋ କାଜୁଆଲଟି ପାଇଁ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । 

ବୈଠକରେ ଗୋପ ତହସିଲଦାର, ବିଡ଼ିଓ, ମେଡିକାଲ ଅଧିକାରୀ, କୋଣାର୍କ ଏନଏସି ଅଧିକାରୀ, ଏନଏସି ଚେୟାରମ୍ୟାନ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ସିଡିପିଓ, ସମେତ ପୋଲିସ ପ୍ରଶାସନ, ବନ ବିଭାଗ, ଜଳସମ୍ପଦ ବିଭାଗ, ଗ୍ରାମ ଉନ୍ନୟନ, କୃଷି ବିଭାଗ, ଅଗ୍ନିଶମ ବିଭାଗ ଅଧିକାରୀ ସମେତ ବ୍ଲକ ପ୍ରଶାସନର ସମସ୍ତ ଅଫିସର ଓ ଗୋପ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ ।

You Can Read:

ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ, ପୁରୀରେ ପର୍ଯ୍ୟଟକଙ୍କୁ ସମୁଦ୍ରରେ ସ୍ନାନ ମନା

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.