ପୁରୀ ୩୧।୧୨: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର। ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗରେ ଜଣେ ଯୁବକ ପ୍ରାୟ ୭ ଦିନ ହେବ ବେକରେ ଷ୍ଟେଥୋ ସ୍କୋପ ପକାଇବା ସହ ଆପ୍ରନ ପିନ୍ଧି ରୋଗୀ ମାନଙ୍କ ସେବା କରୁଥିଲେ। ତେବେ ଜଣେ କମ୍ ବୟସ୍କ ଯୁବକ କିଭଳି ଡାକ୍ତର ହୋଇପାରେ ତା'କୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଉକ୍ତ ୱାର୍ଡରେ କାର୍ଯ୍ୟ କରୁଥିବା ନର୍ସ ମାନେ ସନ୍ଦେହରେ ଥିଲେ ମଧ୍ୟ ଯୁବକଙ୍କୁ ପଚାରିବାକୁ ସାହାସ କରିପାରିନଥିଲେ। ତେଣୁ ଏହାର ସୁଯୋଗ ନେଇ ସମ୍ପୃକ୍ତ ଯୁବକ ଜଣକ ପ୍ରତିଦିନ ମେଡିକାଲ ଆସି ରୋଗୀ ମାନଙ୍କୁ ଚିକିତ୍ସା କରୁଥିଲେ। ହେଲେ କାହାକୁ କୌଣସି ମେଡିସିନ ଲେଖୁ ନଥିଲେ। ତେବେ ନର୍ସ ମାନେ ଉକ୍ତ ଯୁବକକୁ ପରିଚୟ ପଚାରିଥିଲେ। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ବୋଲି ଯୁବକ ଜଣକ କହିଥିବା ବେଳେ ନର୍ସ ମାନେ ସଙ୍ଗେ ସଙ୍ଗେ ମେଡିକାଲ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ। ପୋଲିସ ସମ୍ପୃକ୍ତ ଯୁବକକୁ ପ୍ରଥମେ ମେଡିକାଲ୍ ଫାଣ୍ଡିରେ ଅଟକ ରଖି କୁମ୍ଭାରପଡା ଥାନା ପୋଲିସର ଜିମା ଦେଇଥିଲେ। ଏନେଇ ସମ୍ପୃକ୍ତ ଯୁବକର ପରିବାର ଲୋକଙ୍କୁ ପୋଲିସ ପକ୍ଷରୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।
You Can Read:
୮ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର