ଚଢ଼ାଉ ପରେ ଗିରଫ ହେଲେ ନୀଳଗିରି ଡେପୁଟି କଲେକ୍ଟର, OMBADC ପାଣ୍ଠି ହେରଫେର ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ

Published By : Prameya-News7 Bureau | August 14, 2024 IST

ନୀଳଗିରି: ଗିରଫ ହେଲେ ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷୀତ ଜେନା । ଚଢ଼ାଉ ପରେ ତାଙ୍କୁ ଗିରଫ କରିଛି କଲା ଭିଜିଲାନ୍ସ । OMBADC ପାଣ୍ଠି ହେରଫେର ଅଭିଯୋଗରେ ମଙ୍ଗଳବାର ରେଡ ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। 

ଅଭିଯୋଗ ହୋଇଛି ଶୁଳିଆପଦା ବିଡିଓ ଥିଲାବେଳେ ମିନେରାଲ ବିଏରିଂ ଏରିଆ ଡେଭଲପମେଣ୍ଟ ପାଇଁ ୧.୦୧ କୋଟି ଟଙ୍କା ହେରଫେର ହୋଇଥିଲା। ୨୦୨୧-୨୨ ଓ ୨୨-୨୩ ମସିହାରେ ବିଡ଼ିଓ ଥିଲେ ପରୀକ୍ଷିତ ଜେନା। ଆହୁରି ମଧ୍ୟ ଏହି ଅଭିଯୋଗରେ ଜଣେ ଡାଟା ଏଣ୍ଟ୍ରି ଅପରେଟର ଓ ଜଣେ କିରାଣୀ ଥିବା ସୂଚନା ରହିଛି। ତେବେ କପ୍ତିପଦା ବ୍ଲକରେ କାର୍ଯ୍ୟରତ କିରାଣୀ ସେତେବେଳେ ସୁଳିଆପଦାରେ କିରାଣୀ ଥିବାବେଳେ ଏହି ଘଟଣାକୁ ନେଇ ଚଢ଼ାଉ ହେଉଛି ବୋଲି ଜଣାପଡ଼ିଛି।

ପରିକ୍ଷୀତଙ୍କ ବାଲିଗୋହରୀ ସ୍ଥିତ ଭଡ଼ା ଘର, ଭଦ୍ରକ ସ୍ଥିତ ନିଜ ବାସଭବନ  ଏବଂ ମୟୂରଭଞ୍ଜ ସମେତ ୧୨ଟି ସ୍ଥାନରେ ରେଡ କରାଯାଇଥିଲା। ରେଡ୍‌ରେ ଭିଜିଲାନ୍ସ ଟିମ୍‌ରେ ୨ ଜଣ ଆଡିସନାଲ ଏସପି, ୪ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏହି ଚଢ଼ାଉରେ ସାମିଲ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.