ଦୀପାବଳିରେ ଏହି ଆପ୍ ମାଧ୍ୟମରେ ୧ ଟଙ୍କାରେ କିଣି ପାରିବେ ସୁନା, ଡେଲିଭରି ଅପ୍ସନ୍ ମଧ୍ୟ ଅଛି

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮/୧୦ : ମର୍ଚ୍ଚେଣ୍ଟ ପେମେଣ୍ଟ ପ୍ଲାଟଫର୍ମ ଭାରତପେ ମର୍ଚ୍ଚେଣ୍ଟଙ୍କ ପାଇଁ ଡିଜିଟାଲ ଗୋଲ୍ଡ ପ୍ରଡକ୍ଟ ପେଶ କରିଛି। ଭାରତପେ ସେଫଗୋଲ୍ଡ ସହ ମିଶି ବିକ୍ରେତାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରିଛି। ସେଫଗୋଲ୍ଡ ଏକ ଡିଜିଟାଲ ପ୍ଲାଟଫର୍ମ ଯାହା ଗ୍ରାହକଙ୍କୁ ୨୪ ଘଣ୍ଟା ଲୋ ଟିକେଟ୍ ସାଇଜରେ ୨୪ କ୍ୟାରେଟ୍ ଫିଜିକାଲ ଗୋଲ୍ଡ କ୍ରୟ, ବିକ୍ରୟ ଓ ଡେଲିଭରି ସୁବିଧା ଦେଇଥାଏ। ଭାରତପେ ଅନୁସାରେ, ତା ପ୍ଲାଟଫର୍ମରୁ କେଉଁଠାରୁ ବି ଯେକୌଣସି ସମୟରେ ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ୨୪ କ୍ୟାରେଟ ସୁନା କ୍ରୟ ବିକ୍ରୟ କରାଯାଇପାରିବ।

ଭାରତପେ କହିଛି ଯେ ଲୋକଙ୍କୁ ଦାମ କିମ୍ବା ଓଜନ ହିସାବରେ ସୁନା କିଣିବା ଓ ବିକିବା ବିକଳ୍ପ ଉପଲବ୍ଧ କରାଯିବ। ଏପରିକି ଭାରତପେ ରେ ଲୋକେ ୧ ଟଙ୍କାରେ ମଧ୍ୟ ସୁନା କିଣିପାରିବେ। ପେମେଣ୍ଟ ପାଇଁ ଭାରତପେ ବାଲାନ୍ସ କିମ୍ବା UPI ବ୍ୟବହାର କରିପାରିବେ। ଭାରତପେ ଆଗକୁ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ବିକଳ୍ପ ମଧ୍ୟ ଯୋଡିବ। ଭାରତପେର ଉଦ୍ଦେଶ୍ୟ ହେଲା ଦୀପାବଳି ଯାଏଁ ୬ କିଲୋ ସୁନା ବିକ୍ରି କରିବା। ବିକ୍ରେତା ଗ୍ଲୋବାଲ ମାର୍କେଟ୍ସ ସହ ଲିଙ୍କ ସୁନାର ରିୟଲ୍ ଟାଇମ୍ ଦାମ ମଧ୍ୟ ଦେଖିପାରିବେ। ସୁନା କ୍ରୟ ଉପରେ ଜିଏସଟି ଇନପୁଟ କ୍ରେଡିଟର ଲାଭ ମଧ୍ୟ ଉଠାଇ ପାରିବେ।

{"id":352331,"sizeSlug":"large"}

ବିକ୍ରେତା ଗ୍ରାହକଙ୍କୁ ସୁନା ହସ୍ତାନ୍ତର ବିକଳ୍ପ ମଧ୍ୟ ବାଛିପାରିବେ। ଡିଜିଟାଲ୍ ଗୋଲ୍ଡ ବିକ୍ରି ଉପରେ ମିଳିବାକୁ ଥିବା ରାଶିକୁ ବିକ୍ରେତା ଭାରତପେ ପଞ୍ଜିକୃତ ଆକାଉଣ୍ଟ କିମ୍ବା ନିଜର ବ୍ୟାଙ୍କ ଆକାଉଣ୍ଟରେ ନେଇପାରିବେ। ସେଫଗୋଲ୍ଡରେ ସୁନା କ୍ରୟକୁ ନେଇ ବିକ୍ରେତାଙ୍କ ହିତଙ୍କ ପାଇଁ ଆଇଡିବିଆଇ ଟ୍ରଷ୍ଟିସିପ୍ ସର୍ଭିସେସ୍ ନିଯୁକ୍ତ କରାଯାଇଛି। କିଣା ଯାଇଥିବା ସୁନା ସେଫଗୋଲ୍ଡ ସହ ୧୦୦ ପ୍ରତିଶତ ଇନସ୍ୟୋର୍ଡ ଲକର୍ସରେ ସୁରକ୍ଷିତ ରହିବ। ଏଥିପାଇଁ କୌଣସି ଶୁଳ୍କ ମଧ୍ୟ ଦେବାକୁ ପଡ଼ିବନାହିଁ।

ଭାରତପେ ଗ୍ରୁପ ପ୍ରେସିଡେଣ୍ଟ ସୁହେଲ କୁମାର କହିଛନ୍ତି ଯେ ପ୍ଲାଟଫର୍ମରେ ଗୋଲ୍ଡ ଲଞ୍ଚ କରିବାରୁ ଅନେକ ମର୍ଚ୍ଚେଣ୍ଟ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ନିଜ ପ୍ଲାଟଫର୍ମରେ ଡିଜିଟାଲ ଗୋଲ୍ଡ ପ୍ରଡକ୍ଟ ଲଞ୍ଚ କରାଯାଇଛି। ଏହାକୁ ଭଲ ରେସପନ୍ସ ମଧ୍ୟ ମିଳିଛି। ଲଞ୍ଚ୍ ଦିନ ହିଁ ୨୦୦ ଗ୍ରାମ ସୁନା ବିକ୍ରି ହୋଇଛି। ଏଥିରେ ସେ ଆହୁରି ନୂଆ ଫିଚର ଆଡ଼ କରିବେ ବୋଲି କହିଛନ୍ତି। ଆର୍ଥିକ ବର୍ଷ ୨୦୨୦-୨୧ରେ ୩୦ କିଲୋ ସୁନା ବିକ୍ରି କରିବା ତାଙ୍କର ଲକ୍ଷ୍ୟ ଅଛି ବୋଲି ସୁହେଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.