ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଏବଂ ରୂପାର ମୂଲ୍ୟରେ ବୃଦ୍ଧି ଘଟିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଗତ ଶନିବାର ଅର୍ଥାତ୍ ଜାନୁଆରୀ ୪ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୭,୫୦୪ ଟଙ୍କା ଥିଲା, ଯାହା ବର୍ତ୍ତମାନ( ଜାନୁଆରୀ ୧୧) ୭୮,୦୧୮ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏହି ସପ୍ତାହରେ ଏହାର ମୂଲ୍ୟ ୫୧୪ ଟଙ୍କା ବୃଦ୍ଧି ପାଇଛି।
ସେହିପରି ରୁପା ମୂଲ୍ୟ ମଧ୍ୟ ବଢ଼ିଛି। ଏହି ସପ୍ତାହରେ ରୂପା ୨,୧୪୭ ଟଙ୍କା ମହଙ୍ଗା ହୋଇଛି ଏବଂ କେଜି ୯୦,୨୬୮ ଟଙ୍କାରେ ପହଞ୍ଚିଛି। ଗତ ଶନିବାର ରୁପା କେଜି ପିଛା ୮୮,୧୨୧ ଟଙ୍କା ଥିଲା।
ତେବେ ଗତ ବର୍ଷ ଅକ୍ଟୋବର ୩୦ ତାରିଖରେ ସୁନା ପ୍ରତି ୧୦ ଗ୍ରାମ ୭୯,୬୮୧ ଟଙ୍କା ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟରେ ପହଞ୍ଚିଥିଲ। ଏହି ସମୟରେ, ରୁପା ୨୩ ଅକ୍ଟୋବର ୨୦୨୪ରେ କେଜି ପ୍ରତି ୯୯,୧୫୧ ଟଙ୍କାରେ ପହଞ୍ଚିଥିଲା।
ଭୁବନେଶ୍ୱର ସମେତ ୪ ମହାନଗରର କେତେ ରହିଛି ସୁନା ମୂଲ୍ୟ ?
୧• ଦିଲ୍ଲୀ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ୭୩,୧୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୯,୮୦୦ ଟଙ୍କା।
୨ • ମୁମ୍ବାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ୭୩,୦୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୯,୬୪୦ ଟଙ୍କା।
୩• କୋଲକାତା: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୩,୦୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୯,୬୪୦ ଟଙ୍କା।
୪• ଚେନ୍ନାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୩,୦୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ୭୯,୬୪୦ ଟଙ୍କା।
ସେହିପରି ଭୁବନେଶ୍ୱରରରେ ୨୨ କ୍ୟାରେଟ୍ ଗୋଲ୍ଡ ୧୦ ଗ୍ରାମ ପ୍ରତି ୭୩ ହଜାର ଟଙ୍କା ରଖାଯାଇଥିବା ବେଳେ ୨୪ କ୍ୟାରେଟ୍ ଗୋଲ୍ଡ ୧୦ ଗ୍ରାମ ପ୍ରତି ୭୯,୪୭୦ ଟଙ୍କା ରହିଛି।