ନୂଆଦିଲ୍ଲୀ ୧୧/୦୧: ନାମିଦାମୀ ଟେଲି ତଥା ବଲିଉଡ ଅଭିନେତା ଟିକୁ ତଲସାନିଆଙ୍କୁ ହୃଦ୍ଘାତ । ଅବସ୍ଥା ସଂକଟାପନ୍ନ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିନେତା ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା କରିବା ପରେ ପ୍ରାଥମିକ କାରଣ ହୃଦଘାତ ବୋଲି ଡାକ୍ତର କହିଛନ୍ତି । ଏପରି ପରିସ୍ଥିତିରେ, ତାଙ୍କ ଫ୍ୟାନ୍ସ ମାନେ ସେ ଖୁବ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରିଛନ୍ତି । ଏ ସମ୍ପର୍କରେ ଟିକୁଙ୍କ ପରିବାର ତରଫରୁ କିଛି ପ୍ରତିକ୍ରିୟା ମିଳିପାରିନି ।
ସୂଚନା ଥାଉକି, ୭୦ ବର୍ଷୀୟ ଟିକୁ ତଲସାନିଆ ବଲିଉଡ୍ ଇଣ୍ଡଷ୍ଟ୍ରିଜ୍ର ଜଣେ ବରିଷ୍ଠ ଅଭିନେତା । ୧୯୫୪ ମସିହାରେ ତାଙ୍କର ଜନ୍ମ । ୧୯୮୪ ମସିହାରେ ଲୋକପ୍ରିୟ ଶୋ' 'ୟେ ଜୋ ହୈ ଜିନ୍ଦେଗୀ' ମାଧ୍ୟମରେ ଅଭିନୟ ଜଗତରେ ଏଣ୍ଟ୍ରି କରିଥିଲେ। ୧୯୮୬ ମସିହାରେ ସେ 'ପ୍ୟାର କେ ଦୋ ପଲ' ଫିଲ୍ମ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ । ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଟିକୁ ତଲସାନିଆ ତାଙ୍କର ହାସ୍ୟ ଭୂମିକା ପାଇଁ ଜଣାଶୁଣା। ତାଙ୍କର କମେଡି ଶୈଳୀ ଓ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।