ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ସିରିଜ୍ ମଝିରେ ଭାରତୀୟ ଦଳ ପାଇଁ ନିରାଶଜନକ ଖବର। ଯାହା ଅନୁମାନ କରାଯାଉଥିଲା ତାହା ହିଁ ଘଟିଛି। ମହମ୍ମଦ ଶାମିଙ୍କ ଫିଟନେସ୍ ଉପରେ ଆସିଚି ବଡ଼ ଅପଡେଟ୍ ଦେଇଛି। କିଛି ଦିନ ପୂର୍ବେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ତାଙ୍କର ଫିଟନେସ୍ ଯାଞ୍ଚ ହୋଇଥିଲା, ଯାହାର ଏବେ ରିପୋର୍ଟ ଆସିଛି। ଯାଞ୍ଚ ରିପୋର୍ଟରୁ ଜଣା ପଡ଼ିଛି ଯେ ମହମ୍ମଦ ଶାମି ସଂପୂର୍ଣ୍ଣ ଫିଟ୍ ନାହାନ୍ତି। ଏହି ଡାହାଣହାତୀ ଦ୍ରୁତ ବୋଲରଙ୍କୁ ସଂପୂର୍ଣ୍ଣ ଫିଟ୍ ହେବାକୁ ଆହୁରି ସମୟ ଲାଗିବ। ତେଣୁ ଶାମି ବର୍ଡର-ଗାଭାସ୍କର ଟ୍ରଫିର ଅବଶିଷ୍ଟ ୨ଟି ମ୍ୟାଚ୍ ଖେଳି ପାରିବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି।
ଶାମିଙ୍କ ବାମ ଗୋଡ଼ରେ ଫୁଲା ସମସ୍ୟା ଦେଖା ଦେଇଛି। ତେଣୁ ତାଙ୍କୁ ନିଜର ବୋଲିଂ କାର୍ଯ୍ୟଭାରକୁ ସନ୍ତୁଳିତ ରଖିବାକୁ ପଡ଼ିବ। ଦୀର୍ଘ ସମୟ ପରେ ଲମ୍ବା ବୋଲିଂ କରିବା କାରଣରୁ ତାଙ୍କ ଆଣ୍ଠୁ ଫୁଲିଥିଲା। ଶାମି ରଣଜୀ ଟ୍ରଫିରେ ମଧ୍ୟ ପ୍ରଦେଶ ବିପକ୍ଷରେ ପଶ୍ଚିମବଙ୍ଗ ପାଇଁ ୪୩ ଓଭର ବୋଲିଂ କରିଥିଲେ।
Also read: ଚାମ୍ପିଅନ୍ସ ଟ୍ରଫି ଓ ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷିତ, ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ଵ
ବିସିସିଆଇର ସେଣ୍ଟର ଅଫ ଏକ୍ସଲେନ୍ସରେ ଶାମି ସଂପ୍ରତି ଡାକ୍ତରୀ ଦଳଙ୍କ ପରାମର୍ଶକ୍ରମେ ନିଜର ଖେଳ ସାମର୍ଥ୍ୟ ଓ କାର୍ଯ୍ୟଭାର ବଢାଇବା ଉପରେ କାମ ଜାରି ରଖିବେ। କିଛି ସପ୍ତାହ ପୂର୍ବେ ଶାମି ପଶ୍ଚିମବଙ୍ଗ ପକ୍ଷରୁ ରଣଜୀ ଖେଳି କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୯ଟି ମ୍ୟାଚ୍ ଖେଳିଥିଲେ।
ଡିସେମ୍ବର ୨୧ରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହୋଇଥିଲା। କିନ୍ତୁ ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳି ନାହିଁ। ବିଜୟ ହଜାରେ ଟ୍ରଫିରେ ଶାମିଙ୍କ ଖେଳିବା ଏହା ଉପରେ ନିର୍ଭର କରେ ଯେ, ତାଙ୍କ ଆଣ୍ଠୁର ସ୍ଥିତି କେମିତି ରହିଛି। ବିସିସିଆଇ ମହମ୍ମଦ ଶାମିଙ୍କ ଫିଟନେସ୍କୁ ନେଇ ସତର୍କ ରହିଛି। ବଡ଼ ଆଶ୍ଵସ୍ତି ଏହା ଯେ, ଶାମିଙ୍କ ଆହତ ସଂପୂର୍ଣ୍ଣ ଠିକ୍ ହୋଇ ସାରିଛି।