ଅପେକ୍ଷାର ଅନ୍ତ, ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସିଡ୍ୟୁଲ୍ ଜାରି; ଏହି ଦିନ ଭାରତ-ପାକିସ୍ତାନ ମହାମୁକାବିଲା

Published By : Prameya-News7 Bureau | December 24, 2024 IST

ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର କ୍ରୀଡ଼ାସୂଚୀ ଘୋଷଣା କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଫେବୃଆରୀ ୨୩ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ସହ ଦୁବାଇରେ ଖେଳିବ । ହାଇବ୍ରିଡ ମଡେଲ ଆଧାରରେ ହେବାକୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ସବୁ ମ୍ୟାଚ୍ ୟୁଏଇର ଦବୁାଇରେ ଖେଳିବ। 

ଉଦଘାଟନୀ ମ୍ୟାଚ୍ ଫେବୃଆରୀ ୧୯ରେ କରାଚିରେ ଏବଂ ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୯ରେ ଲାହୋରରେ ଖେଳା ଯିବ । ଯଦି ଭାରତୀୟ ଟିମ୍‌ ଫାଇନାଲ୍‌କୁ ଯାଏ, ତେବେ ଏହି ମ୍ୟାଚ୍‌ ଦୁବାଇରେ ଖେଳା ଯିବ ।  ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ମ୍ୟାଚ୍‌ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯିବ । ଏହା ପରେ ଫେବୃଆରୀ ୨୦ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳା ଯିବ । ସେହିଭଳି ଫେବୃଆରୀ ୨୨ରେ ଅଷ୍ଟ୍ରେଲିଆ ବାନାମ ଇଂଲଣ୍ଡ ମ୍ୟାଚ୍‌ ଥିବା ବେଳେ ଆଫଗାନିସ୍ତାନ ପ୍ରଥମେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରିବ । 

ସୂଚନାଯୋଗ୍ୟ, ସବୁ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୨ଟା ୩୦ରେ ଆରମ୍ଭ ହେବ। ଯଦି ଫାଇନାଲ୍‌ ମୁକାବିଲା ବର୍ଷାରେ ଧୋଇ  ହୋଇଯାଏ, ସେଥିପାଇଁ ମାର୍ଚ୍ଚ ୧୦ ତାରିଖ ରିଜର୍ଭ ଡେ ରଖା ଯାଇଛି। ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳକୁ ନେଇ ମୋଟ୍ ୧୫ଟି ମ୍ୟାଚ୍ ଖେଳାଯିବ। 

ଗ୍ରୁପ ଏ- ବାଂଲାଦେଶ, ଭାରତ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ

ଗ୍ରୁପ ବି- ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା

ଚାମ୍ପିଅନ୍ସ ଟ୍ରଫି ସଂପୂର୍ଣ୍ଣ କ୍ରୀଡ଼ାସୂଚୀ

୧୯ ଫେବୃଆରୀ- ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, ନ୍ୟାସନାଲ୍‌ ଷ୍ଟାଡିୟମ୍‌ କରାଚି

୨୦ ଫେବୃଆରୀ- ବାଂଲାଦେଶ ବନାମ ଭାରତ, ଦୁବାଇ

୨୧ ଫେବୃଆରୀ- ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚି

୨୨ ଫେବୃଆରୀ- ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର

୨୩ ଫେବୃଆରୀ- ପାକିସ୍ତାନ ବନାମ ଭାରତ, ଦୁବାଇ

୨୪ ଫେବୃଆରୀ- ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାଓ୍ବଲପିଣ୍ଡି

୨୫ ଫେବୃଆରୀ- ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାଓ୍ବଲପିଣ୍ଡି

୨୬ ଫେବୃଆରୀ- ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର

୨୭ ଫେବୃଆରୀ-ପାକିସ୍ତାନ ବନାମ ବାଂଲାଦେଶ, ରାଓ୍ବଲପିଣ୍ଡି

୨୮ ଫେବୃଆରୀ- ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର

୧ ମାର୍ଚ୍ଚ- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚି

୨ ମାର୍ଚ୍ଚ-ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ

ସେମିଫାଇନାଲ ଓ ଫାଇନାଲ୍‌ ମ୍ୟାଚ୍

୪ ମାର୍ଚ୍ଚ- ସେମିଫାଇନାଲ୍‌ ୧, ଦୁବାଇ

୫ ମାର୍ଚ୍ଚ- ସେମିଫାଇନାଲ୍‌-୨, ଲାହୋର

୯ ମାର୍ଚ୍ଚ- ଫାଇନାଲ୍‌, ଲାହୋର

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.