ଭଦ୍ରକ ୨୭।୮: ଭଦ୍ରକ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନ କରିବା ସହ ଚାଷୀ ମାନେ ଡିଜିଟାଲେଶନ ମାଧ୍ୟମରେ ଉପକୃତ ହେଇପାରିବେ ବୋଲି ଚାଷୀ ମାନଙ୍କୁ ଭର୍ଚ୍ଚୁଆଲ ମାଧ୍ୟମରେ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବାସୁଦେବପୁର ବିଧାୟକ ଅଶୋକ ଦାସ, ଜିଲ୍ଲା ପରିଷଦ ଚେୟାରମ୍ୟାନ ପ୍ରଫୁଲ୍ଲ ଜେନା, ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଓ ଜିଲ୍ଲା କୃଷି ଅଧିକାରୀଙ୍କ ସମେତ ଅନେକ ଅଧିକାରୀମାନେ ଯୋଗ ଦେଇଥିଲେ । ତେବେ ଏହି ଡିଜିଟାଲ ସର୍ବେକ୍ଷଣ ଦ୍ୱାରା ଚାଷ ଜମିର ସଠିକ ପ୍ଲଟର ଆକଳନ, ଶସ୍ୟ ସମ୍ପର୍କିତ ସୂଚନା, ସର୍ବପରି ଗୋଟିଏ ତଥ୍ୟ ଭିତିକ ପଞ୍ଜିକା କରାଯିବ । ଯାହା ଦ୍ୱାରା ଚାଷୀମାନେ ଭବିଷ୍ୟତରେ ବିଭିନ୍ନ ବିଭାଗରୁ ସହଜରେ ସୁବିଧା ପାଇପାରିବେ । ଏହି ସର୍ବେକ୍ଷଣ ଆସନ୍ତା ଅଗଷ୍ଟ ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ । ଏହି ସର୍ବେ କାର୍ଯ୍ୟକ୍ରମରେ ୯୦୬ ଜଣ ସର୍ବେକ୍ଷଣକାରୀ ନିୟୋଜିତ ହେବ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଭଦ୍ରକ, ଦେବଗଡ଼, ନୟାଗଡ ଓ ନୂଆପଡା ଜିଲ୍ଲାକୁ ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକ୍ରମ କରାଯିବାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ଅଧିକାରୀଙ୍କ ସହିତ ଚାଷୀ ଓ ସର୍ବେକ୍ଷଣକାରୀ ମାନେ ଯୋଗ ଦେଇଥିଲେ ।
You Can Read:
ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ, ରାଜ୍ୟସଭା ସାଂସଦ ପାଇଁ କରିଥିଲେ ନାମାଙ୍କନ