ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର, DNA ଟେଷ୍ଟ ପରେ ପଦାକୁ ଆସିବ ସତ

Published By : Prameya-News7 Bureau | September 10, 2024 IST

ଢେଙ୍କାନାଳ ୧୦/୦୯: ଢେଙ୍କାନାଳରେ ଅସହାୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା । ଗିରଫ ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସାଙ୍ଗକୁ ଡିଏନଏ ଟେଷ୍ଟ ପାଇଁ ସଂଗ୍ରହ କରାଗଲା ନମୁନା । ଅଭିଯୁକ୍ତ ମାନେ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର । 

ସୂଚନା ଥାଉକି, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଂଚଳରେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଡାକ୍ତରୀ ମାଇନା କରିଛି ପୋଲିସ । ଅପରପକ୍ଷରେ ପୀଡିତା ଯୁବତୀ ୭ ମାସ ଗର୍ଭବତୀ ଥିବାରୁ  ଅଭିଯୁକ୍ତମାନଙ୍କ DNA ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି । ଯୁବତୀଙ୍କ ଅଭିଯୋଗକୁ ଆଧାର କରି ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି । 

ଦଫା ୪୫୦, ୩୭୬-୨(n), ୩୭୬(d) ଆଧାରରେ ଅଭିଯୁକ୍ତ ମହୁଲ ପୁଞ୍ଜି ଗ୍ରାମର ବାବୁଲି ନାୟକ, ବିରଞ୍ଚି ମହାରଣା, ଅବିନାଶ ପରିଡା ଓ ଜୀବନ ପରିଡାଙ୍କୁ ସନ୍ଧ୍ୟାରେ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ମାତ୍ର କୋର୍ଟରେ ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହୋଉଥିବାବେଳେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । 

ପୀଡ଼ିତାଙ୍କ ବୟାନକୁ ଆଧାର କରି ଗଣଦୁଷ୍କର୍ମ ଘଟଣାରେ ୭ଜଣ ଅଭିଯୁକ୍ତଙ୍କ ଭିତରୁ ୪ ଗିରଫ ହୋଇଥିବା ବେଳେ ଜଣେ ଅଭିଯୁକ୍ତଙ୍କର ଗତ କିଛି ମାସ ପୂର୍ବରୁ ମୃତ୍ୟୁ ଘଟିସାରିଥିବା ଜଣାପଡିଛି । ଫଳରେ ଏହି ଘଟଣାରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ଜାଗାରେ ଛପା ମାରୁଥିବା ଜଣାପଡିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.