୩୫ ଶବ୍ଦରେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ; ଜାଣନ୍ତୁ ସମାରୋହର ପୂରା କର୍ଯ୍ୟକ୍ରମ

Published By : Prameya-News7 Bureau | January 19, 2025 IST

ନୂଆଦିଲ୍ଲୀ,୧୯/୦୧: ବିଶ୍ବ ନଜରରେ ବିକଶିତ ରାଷ୍ଟ୍ର । ସୁପର ପାଓ୍ବାର ଆମେରିକାରେ ଆସନ୍ତାକାଲି ମହାପର୍ବ । ଜାନୁଆରୀ ୨୦ ଅର୍ଥାତ୍ ସୋମବାର କ୍ୟାପିଟଲରେ ଶପଥ ସମାରୋହ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ନିବନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ । ଆମେରିକା ପ୍ରେସିଡେଣ୍ଟ ଭାବେ ଏହା ତାଙ୍କର ଦ୍ବିତୀୟ ପାଳି । ଲଗାତାର ନହେଲେ ୪ ବର୍ଷ ପରେ ପୁଣି ଥରେ ହ୍ବାଇଟ୍ ହାଉସକୁ ଫେରୁଛନ୍ତି । ଟ୍ରମ୍ପଙ୍କ ଶପଥ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ସ୍ଥାନୀୟ ସମୟ ଦିନ ୧୨ଟାରୁ ୟୁଏସଏ କ୍ୟାପିଟାଲ ଭିତରେ ହେବ । ବର୍ତ୍ତମାନ ସମୟରେ ଥଣ୍ଡା ଅଧିକ ଅନୁଭୂତ ହେଉଥିବାରୁ ପାଣିପାଗ ବିଭାଗର ସତର୍କତା ଅନୁଯାୟୀ ଶପଥ ସ୍ଥାନ ପରିବର୍ତ୍ତନ କରାଯାଇଛି । ଡୋନାଲ୍ଡ ଟ୍ରମ୍ପ  ଆମେରିକୀୟ ସମ୍ବିଧାନ ଅନୁଯାୟୀ, ୩୫ ଶବ୍ଦରେ ପଦ ଓ ଗୋପନୀୟତାର ଶପଥ ନେବେ । ଏହି ସମାରୋହରେ ସାମିଲ ହେବାକୁ ଅନେକ ରାଷ୍ଟ୍ରନେତା ପହଁଚିବେ । ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଯୋଗ ଦେବେ   ।

ଭାଷଣ ଏବଂ ପ୍ରାର୍ଥନା ସହିତ ଶପଥ ଗ୍ରହଣ କ୍ୟାପିଟଲ ରୋଟୁଣ୍ଡାରେ ଅନୁଷ୍ଠିତ ହେବ। ୧୯୮୫ରେ ଯେପରି ରୋନାଲଡ୍ ରେଗାନଙ୍କ ଉଦଘାଟନ୍ ହୋଇଥିଲା । ସେହିପରି ଏହି କାର୍ଯ୍ୟକ୍ରମକୁ ଲାଇଭ୍ ଦେଖିବା ଏବଂ ରାଷ୍ଟ୍ରପତିଙ୍କ ପରେଡ୍ ଆୟୋଜନ ପାଇଁ କ୍ୟାପିଟଲ୍ ୱାନ୍ ଆରେନା ଖୋଲାଯିବ ବୋଲି ଟ୍ରମ୍ପ୍ ଘୋଷଣା କରିଛନ୍ତି। ଶପଥ ଗ୍ରହଣ ପରେ ଟ୍ରମ୍ପ ମଞ୍ଚରେ ଉପସ୍ଥିତ ଅତିଥିଙ୍କୁ ସାକ୍ଷାତ କରିବାର ଯୋଜନା ରହିଛି ।  ଟ୍ରମ୍ପ ମଧ୍ୟ ରବିବାର ସେଠାରେ ଏକ ରାଲି ଆୟୋଜନ କରିଛନ୍ତି 

ଜାନୁଆରୀ ୧୯ ତାରିଖ: ରବିବାର ପ୍ରଥମେ ସୈନିକମାନଙ୍କୁ ସମ୍ମାନ ଜଣାଇବା ପାଇଁ ସୈନିକଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ  କରିବେ । ଏହାପରେ ଟ୍ରମ୍ପ ୱାଶିଂଟନ୍ ଡିସିର କ୍ୟାପିଟଲ୍ ୱାନ୍ ଆରେନାରେ ଆୟୋଜିତ ଏକ ରାଲିରେ ଅପରାହ୍ନ ୩ଟାରେ ଯୋଗ ଦେବେ ।  ଏହା ସହିତ ଟ୍ରମ୍ପ ଏକ ଭାଷଣ ଦେବା ପରେ ରାତ୍ରୀ ଭୋଜନର ଆୟୋଜନ କରାଯାଇଛି । 

ଜାନୁଆରୀ ୨୦ ତାରିଖ : ଭୋର ୫ରୁ ଉପସ୍ଥିତ ଲୋକଙ୍କ ପାଇଁ ନ୍ୟାସନାଲ ମଲରେ ସୁରକ୍ଷା ସ୍କ୍ରିନିଂ ଖୋଲାଯିବ । ହ୍ବାଇଟ୍  ହାଉସରେ ଡୋନାଲ୍ଡ ଏବଂ ମେଲାନିଆ ଟ୍ରମ୍ପ ଏବଂ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ୍ ବିଡେନଙ୍କ ମଧ୍ୟରେ ଚା’ ପାଇଁ ଏକ ବୈଠକ ଅନୁଷ୍ଠିତ ହେବ । ଏହାପରେ ୯.୩୦ ସମୟରେ କ୍ୟାପିଟାଲ ବିଲ୍ଡିଂର ୱେଷ୍ଟ ଲନରେ “ଆମେରିକା ଦି ବିୟୁଟିଫୁଲ” ଗୀତ ଲାଇଭ୍ ପ୍ରଦର୍ଶନ ହେବ । ସେହିପରି ପୂର୍ବାହ୍ନ ୧୨.୦୦ଟା ରେ ଟ୍ରମ୍ପ ଅଫିସରେ ଶପଥ ଗ୍ରହଣ କରିବେ । ସେ ଏହି ସମୟରେ ତାଙ୍କର ଉଦ୍‌ଘାଟନୀ ଭାଷଣ ଦେବେ । ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ସିନେଟ୍ ଚାମ୍ବରକୁ ଯାଇ ପ୍ରମୁଖ ଦସ୍ତାବିଜରେ ଦସ୍ତଖତ କରିବେ । ଏହାପରେ ପୂର୍ବାହ୍ନ ୩ ଟାରେ  ପେନସିଲଭାନିଆ ଆଭେନ୍ୟୁରେ ରାଷ୍ଟ୍ରପତିଙ୍କ ପରେଡ୍ ଅନୁଷ୍ଠିତ ହେବ । ଏଥିରେ ସାମରିକ ରେଜିମେଣ୍ଟ, ମାର୍ଚିଂ ବ୍ୟାଣ୍ଡ ଏବଂ ଫ୍ଲୋଟ୍ ପ୍ରଦର୍ଶିତ ହେବ ।

 ଜାନୁଆରୀ ୨୧ ତାରିଖ: ଦିନ ୧୦ଟାରେ  ୱାଶିଂଟନ୍ ନ୍ୟାସନାଲ କ୍ୟାଥେଡ୍ରାଲରେ ଏକ ଜାତୀୟ ପ୍ରାର୍ଥନା ସଭାକୁ ଉଦଘାଟନ କରିବେ । ଏହି ଉଦଘାଟନ ABC, CBS, CNN, NBC, C-SPAN, ଏବଂ Fox News ଭଳି ପ୍ରମୁଖ ନ୍ୟୁଜ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ । ଏହା ବିଭିନ୍ନ ପ୍ଲାଟଫର୍ମରେ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.