ମଧ୍ୟପ୍ରାଚ୍ୟରେ ଫେରିବ ଶାନ୍ତି, ରବିବାରଠୁ ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧବିରତି

Published By : Prameya-News7 Bureau | January 19, 2025 IST

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଭୟଙ୍କର ଯୁଦ୍ଧରେ ପଡ଼ିବ ଯବନିକା । ୧୫ ମାସ ଭୀଷଣ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ଆଉ ମାତ୍ର କିଛି ଘଣ୍ଟା ବାକି, ଦୁଇ ଦେଶ ମଧ୍ୟରେ ଲାଗୁ ହେବ ଯୁଦ୍ଧବିରତି । ରବିବାର ସ୍ଥାନୀୟ ସମୟ ସାଢ଼େ ୮ଟା ଏବଂ ଭାରତୀୟ ସମୟ ଦ୍ବିପ୍ରହର ୧୨ଟା ବେଳେ ଦୁଇ ଦେଶର ପୂର୍ବ ସହମତି ଅନୁଯାୟୀ ଅସ୍ତ୍ରବିରତି ଲାଗୁ ହେବ । ଏହି ସିଜ୍‌ଫାୟାର ନିୟମ ୪୨ ଦିନ ପର୍ଯ୍ୟନ୍ତ ଜାରି ରହିବ । ପରେ ଦୁଇ ଦେଶ ମଧ୍ୟରେ ଆଲୋଚନା କ୍ରମେ ପୂର୍ଣ୍ଣ ଯୁଦ୍ଧବିରତି ନିୟମ ଲାଗୁ କରାଯିବ ।  ଶୁକ୍ରବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଦେଶର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକରେ ଯୁଦ୍ଧବିରତି ରାଜିନାମାକୁ ସହମତି ମିଳିଥିଲା । ଚୁକ୍ତି ଅନୁସାରେ, ହମାସ କବଳରେ ଥିବା ଇସ୍ରାଏଲ ପଣବନ୍ଦୀ ମୁକୁଳିବେ । 

ସୂଚନା ଅନୁଯାୟୀ,   ୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା ଆତଙ୍କବାଦୀ ସଂଗଠନ ହମାସ ।  ଏହା ସହିତ ଇସ୍ରାଏଲର ସୀମାନ୍ତ ଅଞ୍ଚଳରୁ ୨୦୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ କରି ନେଇଯାଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଚାମିନ୍ ନେତାନ୍ୟାହୁ । ଆଫ ପାଲେଷ୍ଟାୟୀନ ଉପରେ ଆରମ୍ଭ କରିଦେଇଥିଲେ ପାଲଟା ଆକ୍ରମଣ । ଗାଜାପଟ୍ଟୀରେ ଭୀଷଣ ପ୍ରହାର କରିଥିଲେ । ପ୍ରାୟ ୧୫ ମାସ ଧରି ଜଳୁଛି ମଧ୍ୟପ୍ରାଚ୍ୟ । ଏହି ଭୟଙ୍କର ଯୁଦ୍ଧରେ ପ୍ରାୟ ୪୬ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷାଧିକ ଲୋକ ଆହତ ହୋଇଛନ୍ତି । ସେହିପରି ପାଖାପାଖି ଦୁଇ ଲକ୍ଷ ଲୋକ ବାସ ହରାଇଛନ୍ତି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଥିଲେ ହମାସ ପଣବନ୍ଦୀଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଯୁଦ୍ଧରେ ବିରତି ଲାଗିବ ନାହିଁ । 

ସୂଚନା ମୁତାବକ, ଇସ୍ରାଏଲର ପ୍ରାୟ ଶହେରୁ ଅଧିକ ଲୋକ ଗାଜାରେ ପଣବନ୍ଦୀ ହୋଇ ରହିଛନ୍ତି । ଆଜି ଅସ୍ତ୍ରବିରତି ନିୟମ ଲାଗୁ ହେବା ପରେ ଏମାନଙ୍କୁ ମୁକ୍ତ କରିବ ବୋଲି ହମାସ ପ୍ରତିଶ୍ରୁତି ଦେଇଛି । କତାର ଏବଂ ଇଜିପ୍ଟର ମଧ୍ୟସ୍ଥତାରେ ଭୀଷଣ ଯୁଦ୍ଧରେ ବ୍ରେକ୍ ଲାଗବାକୁ ଯାଉଛି । ପୂର୍ବ ସପ୍ତହାରେ ୩୩ଜଣ ବନ୍ଧକଙ୍କୁ ମୁକ୍ତ କରିଥିଲା ଆତଙ୍କବାଦୀ ସଂଗଠନ । ଏହା ବଦଳରେ ଇସ୍ରାଏଲ ମଧ୍ୟ ଶତାଧିକ ଫାଲେଷ୍ଟାୟୀନଙ୍କୁ ଛାଡ଼ିଥିଲା । ...       

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.