ନୂଆଦିଲ୍ଲୀ ୧୯।୦୧: ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ସଙ୍ଗମ ମହାକୁମ୍ଭ ମେଳାକୁ ଆସିବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ଭାରତର ଲୋକପ୍ରିୟ ଲେଖକ ଅମିଶ ତ୍ରିପାଠୀ ମସ୍କଙ୍କୁ ଏହି ପବିତ୍ର ମେଳାକୁ ନିମନ୍ତ୍ରଣ କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ଏହି ଖବର ଶେୟାର କରି ଅମିଶ ଲେଖିଛନ୍ତି ‘ମନୋଜ ଲଦ୍ୱାଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଲନ୍ ମସ୍କଙ୍କ ସହ ଉତ୍ସାହବର୍ଦ୍ଧକ ସମୟ ବିତିଲା । ଆମେ ଆଧ୍ୟାତ୍ମିକତାଠୁ ଆରମ୍ଭ କରି ଚେତନା, ଅନ୍ୟ ଗ୍ରହକୁ ଯାତ୍ରା, ଆର୍ଥିକ ନୀତି, ଇଞ୍ଜିନିୟରିଙ୍ଗ ଭଳି ଅନେକ ବିଷୟ ଉପରେ ଆଲୋଚନା କଲୁ । ମସ୍କଙ୍କୁ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାକୁ ନିମନ୍ତ୍ରଣ କରିଛୁ । ଆଶା କରୁଛୁ ସେ ଆସିବେ ।’ ମନୋଜ ଲଦ୍ୱା ଜଣେ ବହୁ ପରିଚିତ ଭାରତୀୟ-ବ୍ରିଟିଶ ଉଦ୍ୟମୀ ଓ ଇଣ୍ଡିଆନ୍ ଗ୍ଲୋବାଲ ଫୋରମ୍ର ପ୍ରତିଷ୍ଠାତା ।
ମହାକୁମ୍ଭରେ ୬୭ ବର୍ଷୀୟ ଗୋଲଡେନ୍ ବାବା, ପ୍ରତି ଅଳଙ୍କାରରେ ରହିଛି ସାଧନାର କାହାଣୀ
ଏ ଧରଣର ପ୍ରଥମ ବୈଠକର ସେ ଆୟୋଜନ କରିଥିଲେ, ଯେଉଁଥିରେ ମସ୍କ ଟେକ୍ସାସ ସ୍ଥିତ ସ୍ପେସ୍ଏକ୍ସର ଷ୍ଟାର୍ବେସ୍ ଫାସିଲିଟିରେ ଅଗ୍ରଣି ଭାରତୀୟ ଉଦ୍ୟୋଗୀମାନଙ୍କର ପ୍ରତିନିଧିଙ୍କୁ ସମ୍ବୋଧିତ କରିଥିଲେ । ଏହି ବୈଠକ ମାଧ୍ୟମରେ ଭାରତୀୟ ଉଦ୍ୟୋଗୀମାନେ ମସ୍କଙ୍କ ସହ ଆଲୋଚନାର ବିରଳ ସୁଯୋଗ ପାଇଥିଲେ ଏବଂ ଅତ୍ୟାଧୁନିକ ମହାକାଶ ଅନ୍ୱେଷଣ କେନ୍ଦ୍ର ବିଷୟରେ ଜାଣିବାକୁ ପାଇଥିଲେ ।