ୱାଶିଂଟନ ଡିସି: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିୟୋଗ ! ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ଏକ୍ସ ଆକାଉଣ୍ଟରେ ଏଭଳି ପୋଷ୍ଟ ଦେଖି ଆମେରିକା ସହ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ହେଲେ ପରେ ତାଙ୍କ ପୁଅଙ୍କ ଏକ୍ସ(ଟ୍ୱିଟର) ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିବା ଶୁଣିବାକୁ ଜଣାପଡ଼ିଛି।
ବୁଧବାର କେହି ଜଣେ ହ୍ୟାକର ଜୁନିଅର ଟ୍ରମ୍ପଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ କରି ଡୋନାଲ୍ଡ ଟ୍ରମ୍ପଙ୍କୁ ମୃତ ବୋଲି ଘୋଷଣା କରିଛି। ହ୍ୟାକ୍ ହେବା ପରେ ହ୍ୟାକର ଜୁନିଅର ଟ୍ରମ୍ପଙ୍କ ଆକାଉଣ୍ଟରୁ ଏକାଧିକ ପୋଷ୍ଟ କରିଥିଲା। ଏଥିରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଟାର୍ଗେଟ୍ କରାଯାଇଛି। ସେପ୍ଟେମ୍ବର ୨୦ ତାରିଖରେ ଏହିସବୁ ପୋଷ୍ଟ କରାଯାଇଛି।
ହ୍ୟାକର ପୋଷ୍ଟ କରି ଲେଖିଛି “ ମୁଁ ଦଃଖର ସହ ଘୋଷଣା କରୁଛି ଯେ ମୋ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ଦେହାନ୍ତ ହୋଇଛି। ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୁଁ ଦୌଡ଼ରେ ରହିବି।” ଯଦିଓ ଏହି ପୋଷ୍ଟକୁ ଦେଖିଲା ପରେ ଅଧିକାଂଶ ଏହା ହ୍ୟାକ୍ ହୋଇଛି ବୋଲି ଜାଣିପାରିଥିଲେ। ତେବେ ଆଉ କିଛି ୟୁଜର ହଠାତ୍ ଏଭଳି ଖରବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପଢ଼ନ୍ତୁ-ଆସନ୍ତା ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବ ଆମେରିକା
ତେବେ ସୋସିଆଲ୍ ମିଡିଆ ଆକାଉଣ୍ଟ ହ୍ୟାକ୍ ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। ଆମେରିକାର ପ୍ରତିଷ୍ଠିତ ବ୍ୟାକ୍ତିଙ୍କ ଆକାଉଣ୍ଟ ହ୍ୟାକ୍ କରି ହ୍ୟାକର ଏଭଳି ମେସେଜ୍ ଦେଉଛନ୍ତି। ତେଣୁ ଏକ୍ସର ସୁରକ୍ଷା ନେଇ ଚିନ୍ତାରେ ପଡିଯାଇଛନ୍ତି ୟୁଜର। କେହି ଏହାର ଦୁରୁପଯୋଗ କରି ଭଲ୍ ଓ ଭ୍ରାମାତ୍କମ ମେସଜ୍ ପଠାଇ ହଲ୍ଚଲ ସୃଷ୍ଟି କରିପାରେ ବୋଲି ୟୁଜର ଚିନ୍ତା ବ୍ୟକ୍ତ କରିଛନ୍ତି।
ସୂଚନା ଥାଉକି ଡୋନାଲ୍ଡ ଟ୍ରମ୍ପ ଜୁନିଅର ହେଉଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପ୍ରଥମ ପତ୍ନୀ ଲାଭନା ଟ୍ରମ୍ପ ପୁଅ। ସେ ଆମେରିକା ନିର୍ବାଚନରେ ଖୁବ୍ ସକ୍ରିୟ। ସୋସିଆଲ୍ ମିଡିଆ ବ୍ୟବହାର କରି ସେ ଅନେକ ସମୟରେ ତାଙ୍କର ମତ ଦିଅନ୍ତି।