ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଆକ୍ଟିଭ୍ ମୋଡରେ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶପଥ ନେବା ପୂର୍ବରୁ ସେ ନିଜର ଟିମ୍ ଗଠନ କରିବାରେ ଲାଗିଛନ୍ତି । ତାଙ୍କ ସରକାରୀ ଟିମ୍ରେ କିଏ କିଏ ରହିବେ ସେନେଇ ଏବେଠୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ସେହିପରି କେଉଁ ଅଧିକାରୀଙ୍କ ପତ୍ତା କଟାଯିବ ଏହାର ଏକ କଚ୍ଚା ଚିଠା ମଧ୍ୟ ପ୍ରସ୍ତୁତ ହୋଇଛି । ଋଷ୍-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ଟ୍ରାଞ୍ଜିସନ ଟିମ୍ କିଛି ସୈନ୍ୟ ଅଧିକାରୀଙ୍କୁ ନିଲମ୍ବିତ କରିବାନେଇ ମଧ୍ୟ ଲିଷ୍ଟ ତିଆରି କରିଛି ।
ସୂଚନା ଅନୁଯାୟୀ, ଟ୍ରମ୍ପଙ୍କ ଟିମ୍ରୁ ସସ୍ପେଣ୍ଡ ହେବାକୁ ଥିବା ଅଧିକାରୀଙ୍କ ମଧ୍ୟରେ ୨ଜଣ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ରହିଛନ୍ତି । ଟ୍ରାଞ୍ଜିସନ ଟିମର ଅଧିକାରୀ ନିଲମ୍ବନ ପ୍ରକ୍ରିୟା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ନିର୍ବାଚନ ରାଲି ବେଳେ ଡୋନାଲ୍ଡ ଟ୍ରମ୍ପ କହିଥିଲେ, ୨୦୨୧ରେ ଅଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଫେରିବା ପଛରେ ହାତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେମାନଙ୍କ ନିଲମ୍ବିତ କରାଯିବ ବୋଲି ସେ କହିଛନ୍ତି । ଟ୍ରମ୍ପଙ୍କ 2.0 କାର୍ଯ୍ୟକାଳରେ ଫୋକସରେ ସୈନ୍ୟ ଅଧିକାରୀ ରହିଛନ୍ତି । ଏଥିରେ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ ର ଚେୟାର ମ୍ୟାନ ମାର୍କ ମିଲିଙ୍କ ନାଁ ରହିଛି ।
ଆମେରିକାର ପ୍ରତିରକ୍ଷା ବିଭାଗର ହେଡ୍ କ୍ବାର୍ଟର ପେଣ୍ଟାଗନର କିଛି ଅଧିକାରୀ ଏବଂ ପୂର୍ବ ଅଧିକାରୀ ଟ୍ରମ୍ପଙ୍କ ହିଟ୍ ଲିଷ୍ଟରେ ରହିଛନ୍ତି । ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ ର ପୂର୍ବ ଚେୟାର ମ୍ୟାନଙ୍କ ବ୍ୟତୀତ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ ର ବର୍ତ୍ତମାନର ଚେୟାର ମ୍ୟାନ୍ ଏୟାର ଫୋର୍ସ ଜେନେରାଲ ସିକ୍ୟୁ ବ୍ରାଉନ୍ ମଧ୍ୟ ସାମିଲ୍ ଅଛନ୍ତି ।