ପରମାଣୁ ବୈଜ୍ଞାନିକମାନେ ସେଟ୍ କଲେ ପ୍ରଳୟର ସମୟ, ମଧ୍ୟରାତ୍ରିର ନିକଟତର ହେଲା 'ଡୁମ୍ସଡେ କ୍ଲକ'

Published By : Prameya-News7 Bureau | January 29, 2025 IST

ନୂଆଦିଲ୍ଲୀ ୨୯/୦୧: ପରମାଣୁ ବୈଜ୍ଞାନିକ ତିଆରି କରିଥିଲେ ପ୍ରଳୟର ଘଣ୍ଟା । ୭୮ ବର୍ଷ ପୂର୍ବ ପରମାଣୁ ବୈଜ୍ଞାନିକ ଏକ ନିଆରା ଘଣ୍ଟାକୁ ତିଆରି କରିଥିଲେ । ଯାହାକୁ ‘ଡୁମ୍ସଡେ କ୍ଲକ୍’ ବୋଲି ନାମ ଦିଆଯାଇଛି । ମହାବିନାଶର ସମୟ ଜାଣିବା ପାଇଁ ତିଆରି କରାଯାଇଥିଲା ସେହି ଘଡି। ଯେଉଁଥିରେ ସମୟ ମଧ୍ୟରାତ୍ରିର ୯୦ ସେକେଣ୍ଡ ଦୂରରେ ଅଛି । ଯେମିତିକି ଅର୍ଦ୍ଧରାତ୍ରୀର ଏହି ସମୟରେ ପୃଥିବୀ ଧ୍ୱସଂ ହୋଇଯିବ । ମଣିଷର ଅସ୍ତିତ୍ୱ ରହିବ ନାହିଁ ବୋଲି କୁହାଯାଇଛି । 

ସୂଚନା ଥାୁଉକି, ଏହି ପ୍ରଳୟ ଘଣ୍ଟା ସାଙ୍କେତିକ ଭାବରେ ଦର୍ଶାଏ ଯେ ଆମେ ବିପର୍ଯ୍ୟୟର କେତେ ନିକଟତର । ଏହାର ସମୟ ପୁଣି ଥରେ ବଡ ଧ୍ୱଂସ ନିକଟରେ ପହଞ୍ଚିଛି । ଘଣ୍ଟାର ସମୟ ମଧ୍ୟରାତ୍ରି ପୂର୍ବରୁ ୯୦ ସେକେଣ୍ଡ ଦୂରରେ ରହିଛି । ବୈଜ୍ଞାନିକମାନେ ଏହି ଘଣ୍ଟାର ସମୟକୁ ନିଜ ହାତରେ ବଦଳାଇଛନ୍ତି। ଏହା ମଧ୍ୟରାତ୍ରିର ନିକଟତମ ସମୟ। କିନ୍ତୁ ବୈଜ୍ଞାନିକମାନେ ଏହାକୁ ଆଗକୁ ବଢ଼ିବା ବନ୍ଦ କରି ଦେଇଛନ୍ତି। ସେମାନେ କହିଛନ୍ତି ନୂତନ ପରମାଣୁ ଅସ୍ତ୍ର ପ୍ରତିଯୋଗିତା, ୟୁକ୍ରେନ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନକୁ ନେଇ ଘଣ୍ଟା ଆଗକୁ ବଢ଼ିବାର କାରଣ ରହିଛି। 

ଏହି ଘଣ୍ଟାର ସମୟ ପ୍ରତିବର୍ଷ ପରମାଣୁ ବୈଜ୍ଞାନିକମାନଙ୍କ ବୁଲେଟିନ ଦ୍ୱାରା ପରିବର୍ତ୍ତିତ ହୁଏ। ୨୦୦୭ ପରଠାରୁ ବୈଜ୍ଞାନିକମାନେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ସହିତ ଜଳବାୟୁ ପରିବର୍ତ୍ତନ ଏବଂ ଏଆଇ ପରି ନୂତନ ମନୁଷ୍ୟକୃତ ବିପଦକୁ ମଧ୍ୟ ବିଚାର କରିଛନ୍ତି। ୨୦୨୪ ଘୋଷଣାରେ କୁହାଯାଇଛି ଚାଇନ, ରୁଷିଆ ଏବଂ ଆମେରିକା ସେମାନଙ୍କର ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିସ୍ତାର କିମ୍ବା ଆଧୁନିକୀକରଣ କରିବା ପାଇଁ ବିପୁଳ ପରିମାଣର ଖର୍ଚ୍ଚ କରୁଛନ୍ତି। ଫଳରେ ପରମାଣୁ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି ।

ୟୁକ୍ରେନ ଯୁଦ୍ଧକୁ ଆଣବିକ ଆକ୍ରମଣର ବିପଦ ମଧ୍ୟ ଦେଖାଯାଇଛି। ଜଳବାୟୁ ପରିବର୍ତ୍ତନର ବିପଦ ଏବଂ ଉଦୀୟମାନ ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ଏଆଇର ଅପବ୍ୟବହାର ସହିତ ଜଡିତ ବିପଦକୁ ହ୍ରାସ କରିବା ପାଇଁ କାର୍ଯ୍ୟର ଅଭାବକୁ ମଧ୍ୟ ଦର୍ଶାଯାଇଛି। ପ୍ରଳୟ ଘଣ୍ଟାକୁ ୧୯୪୭ରେ ପରମାଣୁ ବୋମା ନିର୍ମାତା ଜେ ରୋବର୍ଟ ଓପନହାଇମର ଏବଂ ତାଙ୍କ ବନ୍ଧୁ ଆମେରିକା ବୈଜ୍ଞାନିକ ନିର୍ମାଣ କରିଥିଲେ। ଏହାର ଦୁଇ ବର୍ଷ ପୂର୍ବେ ସେମାନେ ଜାପାନର ହିରୋସିମା ଏବଂ ନାଗାସାକିରେ ପରମାଣୁ ଅସ୍ତ୍ରର ବଡ଼ ଧ୍ୱଂସ ଦେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.