ଚଣ୍ଡିଗଡ଼୧୨।୨: ହରିୟାଣା ସରକାରଙ୍କ ଅଭିଜ୍ଞମନ୍ତ୍ରୀ ଅନିଲ ଭିଜଙ୍କ ନାମରେ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ଯାହାର ଜବାବ ଏବେ ସେ ୮ ପୃଷ୍ଠାର ଏକ ପତ୍ରରେ ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ନିଜେ ଅନିଲ ଭିଜ୍ କହିଛନ୍ତି ଯେ ସେ ସମୟ ପୂର୍ବରୁ ବିଜେପି ହାଇକମାଣ୍ଡଙ୍କୁ ଜବାବ ପଠାଇ ଦେଇଛନ୍ତି। ମନ୍ତ୍ରୀ ଅନିଲ ଭିଜ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଗତ ୩ ଦିନ ହେଲା ସେ ବେଙ୍ଗାଲୁରୁରେ ଥିଲେ, ଯେଉଁଠୁ ସେ ଗତ ରାତ୍ରିରେ ଫେରିଛନ୍ତି।
ସେ କହିଛନ୍ତି ଯେ ଫେରିବା ପରେ ସେ ପ୍ରଥମେ ଗାଧୋଇଥିଲେ ଓ ରାତ୍ର ଭୋଜ କରିଥିଲେ ଏହା ପରେ ବସି କାରଣ ଦର୍ଶାଅ ନୋଟିସ୍ ର ଜବାବ ଲେଖିଥିଲେ। ସେ ଏହା ବି କହିଛନ୍ତି ଯେ ଏହି ନୋଟିସର ଜବାବ ଦେବା ପାଇଁ ୩ ଦିନ ସମୟ ଦିଆଯାଇଥିଲା, କିନ୍ତୁ ସମୟ ପୂର୍ବରୁ ମୁଁ ମୋର ଜବାବ ଲେଖି ପଠାଇ ଦେଇଛି। କେବଳ ଏତିକି ନୁହେଁ ଭିଜ ଏହା ମଧ୍ୟ କହିଛନ୍ତି ଯେ ମୁମୋ ଜବାବରେ ଏହା ବି ଲେଖିଛି ଯେ ଯଦି ଆଉ କିଛି ପଚାରିବାର ଅଛି ତାର ମଧ୍ୟ ଉତ୍ତର ଦେବାକୁ ମୁଁ ପ୍ରସ୍ତୁତ।
ଏଥିରେ ସେ ତାଙ୍କ ଜବାବ ସାର୍ବଜନିକ କରିପାରିବେ କି ବୋଲି ଗଣମାଧ୍ୟମ ପ୍ରଶ୍ନର ଜବାବରେ ସେ କହିଛନ୍ତି ଯେ ଉତ୍ତର ସାର୍ବଜନିକ କରାଯାଏ ନାହିଁ, ବନ୍ଦ ଲଫାପାରେ ଉତ୍ତର ପଠାଯାଏ। ସେ ତାଙ୍କ ପକେଟରୁ ଚିଠାର କିଛି ଟୁକୁରା କାଢି ଦେଖାଇଛନ୍ତି, କହିଛନ୍ତି ଏଗୁଡିକୁ ଘରକୁ ଫେରି ପୋଡିଦେବି। ତେବେ ସବୁ କଥା ମିଡିଆରେ ଆସିଛି ବୋଲି ଗଣମାଧ୍ୟମ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ ଏହା ମିଡିଆକୁ ଆସିଲା କିପରି? କାରଣ ଏହା ଦୁଇଜଣଙ୍କ ମଧ୍ୟରେ ଏକ ଗୋପନୀୟ କଥା। ଏ କଥାକୁ କିଏ ଲିକ୍ କରୁଛି?ଏ ସବୁ କଥାର ପାର୍ଟି ଚାହିଁଲେ ଯାଞ୍ଚ କରାଇ ପାରିବ ନ କରାଇ ବି ପାରିବ।
ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ ବିଜେପି ନେତା ଅନିଲ ଭିଜ ଗତ ଦିନରେ ତାଙ୍କ ସୋସିଆଲ ମିଡିଆ ସାଇଟରେ କିଛି ଫଟୋ ସେୟାର କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କୁ ଜଣେ ବନ୍ଧୁଙ୍କ ସହିତ ଦେଖାଯାଉଥିଲେ। ଦେଖାଯାଉଥିବା କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଧୀନ ପ୍ରାର୍ଥୀଙ୍କ ସହିତ ମଧ୍ୟ ଦେଖାଯାଇଥିଲା, ଯାହାଙ୍କୁ ସେ ଗତ ବିଧାନସଭା ନିର୍ବାଚନରେ ହରାଇଥିଲେ। ଏହା ସହିତ ଅନିଲ ଭିଜ ଏହି ଅଭିଯୋଗ ମଧ୍ୟ କରିଥିଲେ ଯେ ଗତ ଅକ୍ଟୋବର ନିର୍ବାଚନରେ ତାଙ୍କୁ ଅମ୍ବାଲା କ୍ୟାଣ୍ଟ ଆସନରୁ ହରାଇବାକୁ ଉଦ୍ୟମ କରାଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ବାଜି ପଲଟି ଯାଇଥିଲା ଓ ସ୍ୱାଧୀନ ପ୍ରାର୍ଥୀ ଚିତ୍ରା ସରଭାରାଙ୍କୁ ହରାଇ ସେ ବିଜୟୀ ହୋଇଥିଲେ ଓ ସପ୍ତମ ଥର ବିଧାୟକ ହୋଇଥିଲେ।