ରାନ୍ୟା ରାଓଙ୍କୁ ଝଟକା, ୧୪ କେଜି ସୁନା ଚୋରା ଚାଲାଣ ମାମଲାରେ ଜାମିନ ଖାରଜ କଲେ ସ୍ପେଶାଲ କୋର୍ଟ

Published By : Prameya-News7 Bureau | March 14, 2025 IST

ନୂଆଦିଲ୍ଲୀ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ କର୍ଣ୍ଣାଟକ ରାଜନୀତି ସରଗରମ ରହିଛି । ୧୪ କିଲୋ ସୁନା ଚୋରାଚାଲଣ ଅଭିଯୋଗରେ ଗିରଫ ରାନ୍ୟା ରାଓ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି । ରାଓଙ୍କ ଜାମିନ ପାଇଁ ଏକ ଅଲଗା ଆବେଦନ କରାଯାଇଥିଲା, ଯାହାକୁ ସ୍ପେଶାଲ କୋର୍ଟ ଖାରଜ କରିଛନ୍ତି ।

ମାର୍ଚ୍ଚ ୩ରେ ରାନ୍ୟା ରାଓ ଦୁବାଇରୁ ବେଙ୍ଗାଲୁରୁ କେମ୍ପାଗୌଡ଼ା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପହଞ୍ଚିଥିଲେ । ଭିଆଇପି ପ୍ରୋଟୋକଲ୍ ଅଧିନରେ ଗ୍ରୀନ୍ ଚ୍ୟାନେଲ୍ ଦେଇ ବାହାରିବାକୁ ଉଦ୍ୟମ କରିଥିଲେ । ଏହି ରାସ୍ତା ସେମାନଙ୍କ ପାଇଁ ହୋଇଥାଏ ଯେଉଁମାନଙ୍କୁ କିଛି ଘୋଷଣା କରିବାକୁ ନଥାଏ । ତେବେ ମେଟାଲ୍ ଡିଟେକ୍ଟରରେ ଯାଞ୍ଚ ବେଳେ ରାନ୍ୟା ନିଜ ଅଣ୍ଟା ଓ ଗୋଡ଼ରେ ବ୍ୟାଣ୍ଡେଜ ଓ ଟିସୁ ସାହାଯ୍ୟରେ ସୁନା ବିସ୍କୁଟ୍ ରଖିଥିଲେ । ଏହାଛଡ଼ା ତାଙ୍କ ଜୋତା ଓ ଜ୍ୟାକେଟର ପକେଟ୍‌ରେ ବି ସୁନା ଖଣ୍ଡ ମିଳିଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ ଜବତ ସୁନା ୨୪ କ୍ୟାରେଟ୍‌ର ଥିଲା ଓ ଏହାର ଓଜନ ୧୪.୨ ଜେଜି ଥିଲା । ଏହି ସୁନାର ମୂଲ୍ୟ ପ୍ରାୟ ୧୨.୫୬ କୋଟି ଟଙ୍କା ଥିଲା । 

ତଦନ୍ତରେ ଜଣାପଡ଼ିଥିଲା ଯେ ରାନ୍ୟା ଖୁଲାସା କହିଥିଲେ ଯେ ଦୁବାଇ ଏୟରାପୋର୍ଟର ଟର୍ମିନାଲ-୩ର ଗେଟ୍ ଏ’ରେ ଏକ ଇଣ୍ଟରନେଟ୍ କଲ୍ ଜରିଆରେ ସୁନା ନେବା ପାଇଁ ନିର୍ଦ୍ଦେଶ ମିଳିଥିଲା । ରାନ୍ୟା ଏହା ବି କହିଥିଲେ ଯେ ସୁନା ଚାଲାଣର ଏହା ତାଙ୍କର ପ୍ରଥମ ଉଦ୍ୟମ ଓ ୟୁଟ୍ୟୁବ୍ ଦେଖି ସୁନା ଲୁଚାଇବା ଶୈଳୀ ଶିଖିଥିଲେ । ରାନ୍ୟାଙ୍କୁ ଭିଆଇପି ରାସ୍ତାରେ ବାହାର କରିବାରେ ସହଯୋଗ କରିଥିଲେ ଏୟାରପୋର୍ଟ ହେଡ୍ କନଷ୍ଟେବଳ ଭାବେ ମୁତୟନ ଥିବା ବସପ୍ପା ବିଲ୍ଲୁର ଓରଫ ବସବରାଜ । 

ରାନ୍ୟା ରାଓଙ୍କ ଗିରଫଦାରୀ ପରେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଛି । ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ସିବିଆଇ ଓ ଇଡି ଏହି ମାମଲାରେ ଅଧିକ ତଦନ୍ତ କରୁଛି । ଏହି ସୁନା ଚୋରାଚାଲଣରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ଦିଗରେ ଖୋଲତାଡ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.