ଛତ୍ରପୁର ୨୩।୧୦ : ନଦୀକୁ ଡେଇଁଲେ ଅଜଣା ବ୍ୟକ୍ତି । ଗଞ୍ଜାମ ଥାନା ଋଷିକୁଲ୍ୟା ପୋଲ ନିକଟରେ ସ୍କୁଟି ଛାଡି ନଦୀକୁ ଡେଇଁଲେ ଜଣେ ବ୍ୟକ୍ତି । ବର୍ତ୍ତମାନ ସୁଦ୍ଧା ନଦୀକୁ ଡେଇଁଥିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ଖବର ଅନୁଯାୟୀ, ଋଷିକୁଲ୍ୟା ପୋଲ ନିକଟରେ ଜଣେ ବ୍ୟକ୍ତି ନିଜ ସ୍କୁଟି ଛାଡି ନଦୀକୁ ଡେଇଁପଡିଛନ୍ତି । ପୋଲିସ ନିକଟରେ ସ୍କୁଟି, ଚପଲ, ଗ୍ୟାସ୍ ପାସ୍ ବୁକ୍ ପଡିଛି । ତେବେ କିଏ ଓ କାହିଁକି ନଦୀକୁ ଡେଇଁଛନ୍ତି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । କିଛି ଦିନ ତଳେ ବ୍ରହ୍ମପୁରର ଜଣେ ବ୍ୟକ୍ତି ଗାଡି ରଖି ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ବୁଧବାର ସକାଳୁ ଏହିପରି ଏକ ଘଟଣା ଘଟିଛି ।
ସେପଟେ ଯୁବକ ଜଣଙ୍କ ନଦୀକୁ ଡେଇଁଥିବା ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିପାରିନାହିଁ । ବାକି ଅଗ୍ନିଶମ ବାହିନୀ କର୍ମଚାରୀ ଏବେବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।