ମୁମ୍ୱାଇ ୦୨/୧୧: ଆଜି ବଲିଉଡ ବାଦଶାହା ଶାହରୁଖ ଖାନଙ୍କ ଜନ୍ମଦିନ । ୫୯ ବର୍ଷରେ ପାଦ ଥାପିଛନ୍ତି ପଠାନ୍ । ଜନ୍ମଦିନ ଅବସରରେ କିଙ୍ଗ ଖାନଙ୍କ ଏକ ଝଲକ ପାଇବା ପାଇଁ ତାଙ୍କ ଘର ମନ୍ନତ ସମ୍ମୁଖରେ ପ୍ରଶଂସକଙ୍କ ଭିଡ଼ ଜମିଛି । ଶାହରୁଖ ମଧ୍ୟ ବିଳମ୍ୱିତ ରାତିରେ ନିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ ।
ଛାତ ଉପରକୁ ଆସି ତାଙ୍କ ସିଗ୍ନେଚନ ଷ୍ଟାଇଲରେ ପ୍ରଶଂସକଙ୍କୁ ଧନ୍ୟବାଦ କରିଥିଲେ । ରାତି ୧୨ଟାରେ ମନ୍ନତ ସମ୍ମୁଖରେ ପ୍ରଶଂସକ ମନାଇଥିଲେ ଦିଓ୍ୱାଲି ସହ ବର୍ଥ ଡେ ସେଲିବ୍ରେସନ । ଆତସବାଜିରେ କମ୍ପିଥିଲା ପୁରା ପରିବେଶ ।
ବଲିଉଡ୍ ଇଣ୍ଡଷ୍ଟ୍ରିର ସେ କିଙ୍ଗ ଅପ୍ ରୋମାନ୍ସ । ସାରା ବିଶ୍ୱର ସେଲିବ୍ରିଟିଙ୍କ ମଧ୍ୟରେ ବି ତାଙ୍କର ରହିଛି ଦବଦବା । ନିକଟରେ ପ୍ରକାଶିତ ଏକ ସାଇଣ୍ଡିଫିକ୍ ଷ୍ଟଡିରେ ତାଙ୍କୁ ବିଶ୍ୱର ୧୦ ଜଣ ହ୍ୟାଣ୍ଡସମ୍ ସେଲିବ୍ରିଟିଙ୍କ ମଧ୍ୟରେ ସ୍ଥାନ ମିଳିଛି । ଫିଲ୍ମ ଜିରୋ ଫ୍ଲପ୍ ହେବା ପରେ 'ପଠାନ୍' ଜରିଆରେ କମ୍ବ୍ୟାକ୍ କରିଥିଲେ ଶାହାରୁଖ ।
୫୭ ବର୍ଷରେ ଶାହାରୁଖ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ବିଶ୍ୱ ସ୍ତରରେ ବକ୍ସ ଅଫିସରେ ୧୦୫୦ କୋଟିରୁ ଅଧିକ ଆୟ କରିଥିଲା । ବୟସ ପରେ ବୟସ ଅତିକ୍ରମ କଲେଣି ସେ ତଥାପି ବଲିଉଡର ରାଜାଙ୍କ ସିଂହାସନରେ ବସିଛନ୍ତି ।