ଦିଗପହଣ୍ଡି ୧।୧୧: ବାଘ ଆତଙ୍କରେ ଛାନିଆ ହୋଇପଡ଼ିଛନ୍ତି ଦିଗପହଣ୍ଡି ଅଞ୍ଚଳବାସୀ । ଏପରିକି ଘରୁ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମାରୀ ଗାଁରେ ବାଘ ଆତଙ୍କ । ପଦ୍ମପୁର ଗାଁରେ ଗୋଟିଏ ଗାଈକୁ ବାଘ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନ ଠାବ କରିଛନ୍ତି । ବନ ବିଭାଗ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇ ବାଘ ଗତିପଥକୁ ଅନୁଧ୍ୟାନ ପାଇଁ ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଇବା ସହ ବନ କର୍ମଚାରୀ ମାନଙ୍କୁ ସେଠାରେ ମୁତୟନ କରାଯାଇଥିବା ବ୍ରହ୍ମପୁର ACF କହିଛନ୍ତି । ସଂଗୃହୀତ ପାଦ ଚିହ୍ନ ମହାବଳ ବାଘର । ଟ୍ରାପ୍ କ୍ୟାମେରାରେ ବାଘର ଫଟୋ ମିଳିଛି । ତେଣୁ ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ସନ୍ଧ୍ୟାରେ ଘରୁ ନ ବାହାରିବା ପାଇଁ ବ୍ୟାପକ ସଚେତନତା କରାଯାଇଛି । ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବାହାରକୁ ନ ଯିବାକୁ ବାରଣ କରିଛନ୍ତି ବନ ବିଭାଗ ।
ସେପଟେ ପିସିସିଏଫ ସୁଶାନ୍ତ ନ୍ଦ କହିଛନ୍ତି, ସ୍ଥାନୀୟ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ । ୫ ବର୍ଷର ବାଘ ୧୦୦୦କି.ମି. ଦୂରରୁ ଆସିଛି । ଜନବସତି ମୁହାଁ ହେବ ନାହିଁ । ବାଘର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି । ଲୋକଙ୍କୁ ସଚେତନ କରାଯାଉଛି । ଓଡିଶା ମୁହାଁ ଅନ୍ୟ ରାଜ୍ୟର ବାଘ, ରାଜ୍ୟ ପାଇଁ ଶୁଭ ସଙ୍କେତ । ଗାଈ-ଗୋରୁ ଶିକାର କଲେ କ୍ଷତିପୂରଣ ବ୍ୟବସ୍ଥା ରହିଛି । ଲୋକେ ଡରିବାର କୌଣସି କାରଣ ନାହିଁ ବୋଲି ପିସିସିଏଫ୍ କହିଛନ୍ତି ।
You Can Read:
ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା କମିଛି, ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଲଣ୍ଡନ ଯିବେ ଉପ ମୁଖ୍ୟମନ୍ତ୍ରୀ