ବ୍ରହ୍ମପୁର ୦୨/୧୧: କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି । କଂଗ୍ରେସ ଓ ବାମ ଦଳର ପୃଥକ ପୃଥକ ଟିମ୍ ବ୍ରହ୍ମପୁର MKCG ମେଡିକାଲରେ ଯାଇ ଅସୁସ୍ଥଙ୍କୁ ଭେଟିବା ସହ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଅସୁସ୍ଥ
ଜିତା ମାଝୀ ଓ ଟୁନି ମାଝୀ ICU ରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୪ ଜଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କହିଛନ୍ତି ବିଭାଗୀୟ ଡାକ୍ତର । ସେପଟେ ସାଧାରଣ ବଣ୍ଟନ ବନ୍ଦକୁ ନିନ୍ଦା କରିବା ସହ ଶୀଘ୍ର ବଣ୍ଟନ ବ୍ୟବସ୍ଥା ଲାଗୁ କରିବାକୁ କଂଗ୍ରେସ ଓ ବାମ ଦଳ ଦାବୀ କରିଛନ୍ତି । 3 ମାସ ହେଲା ଚାଉଳ ମିଳି ନଥିବାରୁ ଏଭଳି ଖାଦ୍ୟ ଖାଇଥିବା କହିଛନ୍ତି ଗଦାପୁରୀ ସରପଞ୍ଚ ।