ଦୀପିକା - ରଣଭୀର ସେୟାର କରିଛନ୍ତି ଝିଅର ପ୍ରଥମ ଝଲକ, ରିଭିଲ୍ କରିଛନ୍ତି ନାଁ

Published By : Prameya-News7 Bureau | November 02, 2024 IST

ମୁମ୍ବାଇ 02/11: ବଲିଉଡ୍ ଅଭିନେତା ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଶୁକ୍ରବାର ଦିନ ନିଜ ଝିଅର ପ୍ରଥମ ଝଲକ ସେୟାର କରିଛନ୍ତି। ଏହା ସହ ରିଭିଲ୍  କରିଛନ୍ତି ଝିଅର ନାଁ। ସେପ୍ଟେମ୍ବରରେ ଦୀପିକା ଏବଂ ରଣଭୀର ସେମାନଙ୍କର ଶିଶୁ କନ୍ୟାକୁ ସ୍ୱାଗତ କରିଥିଲେ । ଏବେ ଫ୍ୟାନ୍ସଙ୍କ ସହ ସେଆର କରିଛନ୍ତି ଝିଅର ନାଁ। ଶୁକ୍ରବାର ଦିନ ଦୀପିକା-ରଣବୀର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଝିଅର ଝଲକ ଦେଖିବାକୁ ମିଳିଛି। ଏହି ଫଟୋରେ ଝିଅ ଏକ ପାରମ୍ପରିକ ପୋଷାକ ପିନ୍ଧିଥିବା ବେଳେ, କେବଳ ପାଦର ଝଲକ ଦେଖିବାକୁ ମିଳିଛି।  କ୍ୟାପସନରେ ସେ ନିଜ ଝିଅର ନାଁର ଅର୍ଥ ଏବଂ ଏହାକୁ ବାଛିବା ପଛର କାରଣ ବୁଝାଇଛନ୍ତି।  ତେବେ ଦୀପ-ଭୀର ନିଜ ଝିଅର ନାଁ ରଖିଛନ୍ତି, ଦୁଆ ପାଦୁକୋନ ସିଂ ।  ଦୁଆର ଅର୍ଥ ହେଉଛି ପ୍ରାର୍ଥନା ।

ଫଟୋ ସେୟାର କରିବାବେଳେ ଦମ୍ପତି ଲେଖିଛନ୍ତି, “ଦୁଆ ପାଦୁକୋନ ସିଂ। ‘ଦୁଆ’: ଯାହାର ଅର୍ଥ ହେଉଛି ପ୍ରାର୍ଥନା ।  କାରଣ ସେ ଆମର ପ୍ରାର୍ଥନାର ଫଳ ବା ଉତ୍ତର।  ଆମର ହୃଦୟ ପ୍ରେମ ଏବଂ କୃତଜ୍ଞତାରେ ପରିପୂର୍ଣ୍ଣ ।  ଦୀପିକା ଏବଂ ରଣଭୀର। ” 



2018 ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା  ଦୀପିକା-ରଣବୀର। ଚଳିତ ବର୍ଷ ସେପ୍ଟେମ୍ବର8 ରେ ସେମାନେ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ଏବେ ପ୍ରଥମ ଥର ପାଇଁ ଝିଅର ଝଲକ ସେଆର କରିଛନ୍ତି। ୱାର୍କଫ୍ରଣ୍ଟ କଥା କହିଲେ, ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଫିଲ୍ମ ସିଙ୍ଘମ୍ ଏଗେନ୍ ପରଦାରେ ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ଅର୍ଜୁନ କପୁର, ଅକ୍ଷୟ କୁମାର, କରୀନା କପୁର ଏବଂ ଟାଇଗର ଶ୍ରଫ୍ ମଧ୍ୟ ଅଭିନୟ କରିଛନ୍ତି।

Also Read- ବଲିଉଡ ବାଦଶାହ କିଙ୍ଗ ଖାନଙ୍କ ଜନ୍ମଦିନ, ପଠାନ୍‌ଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.