ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା କମିଛି, ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଲଣ୍ଡନ ଯିବେ ଉପ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 01, 2024 IST

ଭୁବନେଶ୍ବର ୧।୧୧: ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା କମିଛି । ତେଣୁ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ଆସିବାକୁ ଆକୃଷ୍ଟ କରିବା ପାଇଁ ଲଣ୍ଡନ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ ଲଣ୍ଡନକୁ ୭ ଦିନିଆ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ । ପ୍ରଧାନମନ୍ତ୍ରୀଙ୍କ ‘ଚଲୋ ଆପନା ଦେଶ’ ସ୍ଲୋଗାନ ଆଧାରରେ ବିଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ସହ ଦେଶର କୋଣ ଆନୁକୋଣରୁ ବିଦେଶରେ ରହୁଥିବା ଲୋକଙ୍କ ସହ ଆଲୋଚନା କରିବେ । ଭବିଷ୍ୟତରେ କିଭଳି ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ମାନେ ଆସିବେ ସେ ନେଇ ବିଭିନ୍ନ ପଦକ୍ଷେପ ନେବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଭିତ୍ତିଭୂମିର ବିକାଶ ପାଇଁ ପୁଞ୍ଜିର ଆବଶ୍ୟକତା ରହିଛି । ସେ ସମ୍ବନ୍ଧରେ ମଧ୍ୟ କଥାବାର୍ତ୍ତା  ହେବେ । ଏହି ଟୁର୍ ସଫଳ ହେବ । ଯେଉଁ ସର୍ଭିସ୍ ସେକ୍ଟରର ଗ୍ରୋଥ୍ ହେଲେ ଓଡ଼ିଶାର ଅର୍ଥନୈତିକ ବିକାଶ ହେବ ବୋଲି ଆଶା ଅଛି ଏହା ମୂଳଦୁଆ ପକାଇବ ବୋଲି ପ୍ରଭାତୀ ପରିଡା କହିଛନ୍ତି । 

You Can Read:

ଆଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ନେଇ ଆସିବ ନୂଆ ଗାଇଡ୍‌ଲାଇନ୍, ଖୁବ୍‌ଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.