ଭୁବନେଶ୍ବର ୨।୧୧: କନ୍ଧମାଳ ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଘଟଣାରେ କନ୍ଧମାଳ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଏହାର ରିପୋର୍ଟ ମଧ୍ୟ ମିଳି ସାରିଛି । ଚାଉଳର କୌଣସି ଅଭାବ ନାହିଁ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଉଳ ଉଠାଯାଇଛି । ଅକ୍ଟୋବରରୁ ଡିସେମ୍ବର ମାସର ଚାଉଳ ଏବେ ବଣ୍ଟା ଯାଉଥିବା କହିଛନ୍ତି ମନ୍ତ୍ରୀ । ବରଂ ପ୍ରଚୁର ପରିମାଣର ଚାଉଳ ତାଙ୍କ ନିକଟରେ ମହଜୁଦ ଥିବାରୁ ସେମାନେ ଚାଉଳ ଉଠାଇନାହାନ୍ତି ବୋଲି କହିଛନ୍ତି । ଖାଦ୍ୟ ଅଭାବରୁ ନୁହେଁ ବରଂ ଆମ୍ବ ଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ ହୋଇଥିବାରୁ ସେମାନେ ଏହାକୁ ଖାଇଥିଲେ । ତାହା ପୁଣି ବାସି ଖାଦ୍ୟ କରି ଖାଇବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ଏଥିରେ ଖାଦ୍ୟ ଅଭାବର କୌଣସି ନାହିଁ କିମ୍ବା ବିଭାଗର ତ୍ରୁଟି ନାହିଁ । ବିରୋଧୀଙ୍କର ବିରୋଧ କରିବା ଧର୍ମ । ତେଣୁ ସେ ଏଭଳି ପ୍ରସଙ୍ଗ ଉଠାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଭରତପୁର ଥାନା ଘଟଣାର ସମୀକ୍ଷା କଲେ ପୋଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି ଓ ୨ ତଦନ୍ତକାରୀ ଅଧିକାରୀ ଉପସ୍ଥିତ