ଭଦ୍ରକ: ଐତିହାସିକ କାଳୀପୂଜା ପାଇଁ ଭଦ୍ରକ ଏବେ ଚଳଚଞ୍ଚଳ । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଛି । ସକାଳୁ ରାତି ପର୍ଯ୍ୟନ୍ତ ନାହିଁ ନଥିବା ଭିଡ଼ । ଚରମ୍ପାର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମଣ୍ଡପ ଗୁଡିକର ତୋରଣ ମଧ୍ୟ ବେଶ ଆକର୍ଷଣୀୟ ହୋଇଛି ।
ସେହିଭଳି ବିଭିନ୍ନ ତୋରଣରେ ସାମାଜିକ ବାର୍ତ୍ତା ଦେଉଥିବା କଥାବସ୍ତୁ ପ୍ରଦର୍ଶିତ ହେଉଛି । ଏରେଇଁ ପୂଜା ମଣ୍ଡପରେ ଗୋଲ୍ଡେନ ଟେମ୍ପଲ ଥିମରେ ହୋଇଥିବା ତୋରଣ ବେଶ୍ ଆକର୍ଷଣୀୟ ହୋଇଛି । ଖାଲି ସେତିକି ନୁହେଁ ମା’ଙ୍କୁ ଦର୍ଶନ ପରେ ମେଳା ବୁଲାର ମଜା ନେଉଛନ୍ତି ଲୋକେ। ବିଭିନ୍ନ ପୂଜା ମଣ୍ଡପ ନିକଟରେ ଲାଗିଥିବା ମେଳାରେ ଫୁଡ ଷ୍ଟଲ, ରାମ ଦୋଳି, ବ୍ରେକ ଡ୍ୟାନ୍ସର ମଜା ନେଉଛନ୍ତି ଲୋକେ।
ସେପଟେ ଶୃଙ୍ଖଳିତ ଦର୍ଶନ ତଥା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ୨୧ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।