ରାଜ୍ୟ ପିସିସି ସଭାପତି କିଏ ହେବେ ? ଦୌଡ଼ରେ ମହମ୍ମଦ ମୋକିମଙ୍କ ନାଁ ଆଗରେ

Published By : Prameya-News7 Bureau | November 02, 2024 IST

ଭୁବନେଶ୍ଵର: ରାଜ୍ୟ ପିସିସି ସଭାପତି କିଏ ହେବେ ? ଏହାକୁ ନେଇ କଳ୍ପନାଜଳ୍ପନା ଓ ଚର୍ଚ୍ଚା ଥମିନଥିବା ବେଳେ, ଏହା ପୂର୍ବରୁ କଂଗ୍ରେସରେ ପୁଣି ଛକାପଞ୍ଝା। ପିସିସି ସଭାପତି ଦୌଡ଼ରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ସବୁଠୁ ଆଗରେ ଥିବା ବେଳେ ତାଙ୍କ ସମର୍ଥକ  ଦାବି ଜୋରଦାର କରିଛନ୍ତି। କାରଣ ୪ ତାରିଖରେ ଓଡ଼ିଶା ଆସିବେ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଓ ବରିଷ୍ଠ ନେତ୍ରୀ ମିନାକ୍ଷୀ ନଟରାଜନ। ସେମାନେ ଯେଉଁ ନାମ ସୁପାରିଶ କରିବେ, ସେହି ନାଁରେ ହିଁ ମୋହର ମାରିପାରେ ଏଆଇସିସି।ତେଣୁ ମୋକିମଙ୍କୁ ସଭାପତି କରିବାକୁ ବନ୍ଧୁମିଳନ ଆଳରେ ଆରମ୍ଭ ହୋଇଛି ଶକ୍ତି ପ୍ରଦର୍ଶନ।କିନ୍ତୁ ମୋକିମ ଏହାକୁ ବନ୍ଧୁମିଳନ କହି ଏଡ଼ାଇ ଦେଇଛନ୍ତି।

କିଏ ହେବେ ରାଜ୍ୟ ପିସିସି ସଭାପତି ?

ରାଜ୍ୟ ପିସିସି ସଭାପତି ପଦକୁ ନେଇ କଳ୍ପନାଜଳ୍ପନା ଓ ଚର୍ଚ୍ଚା ଥମିନଥିବା ବେଳେ, ଏନେଇ ଘୋଷଣା ପୂର୍ବରୁ ଦଳରେ ଛକାପଞ୍ଝା।ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବାକୁ ଦାବି ଜୋରଦାର କରିଛନ୍ତି ତାଙ୍କ ସମର୍ଥକ।    କଂଗ୍ରେସ ନେତା ବିଶ୍ବଜିତ ଦାସ, କୃଷ୍ଣଚନ୍ଦ୍ର ପତି, ନଳିନୀକାନ୍ତ ନାୟକ ପ୍ରମୁଖ ପୁରୁଣା କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇ ମୋକିମଙ୍କୁ ସଭାପତି କରିବାକୁ ଅଣ୍ଟା ଭିଡ଼ିଛନ୍ତି। 

ଅତୀତ ଓ ବର୍ତ୍ତମାନର ଦୃଶ୍ୟପଟକୁ ଦେଖିଲେ, ପିସିସି ସଭାପତି ଦୌଡ଼ରେ ମହମ୍ମଦ ମୋକିମଙ୍କ ନାଁ ନମ୍ବର ୱାନରେ ଥିବା ବେଳେ ତାଙ୍କ ସମର୍ଥକ ଜୋରଦାର ଦାବି ଆରମ୍ଭ କରିଦେଇଛନ୍ତି।କାରଣ ୪ ତାରିଖରେ ଓଡ଼ିଶା ଆସିବେ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଓ ବରିଷ୍ଠ ନେତ୍ରୀ ମିନାକ୍ଷୀ ନଟରାଜନ। ୪ ମାସରୁ ଅଧିକ ସମୟ ହେଲାଣି, ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେଇଛି ଏଆଇସିସି। 

ନିର୍ବାଚନ ପରେ ନୂଆ କରି ପିସିସି ସଭାପତି ପଦ ସହ ସବୁ କମିଟି ଗଠନ ପାଇଁ ଏଆଇସିସି ନିଷ୍ପତ୍ତି ନେଇଛି।ତେବେ ମୋକିମଙ୍କ ସହ ଭକ୍ତ ଦାସ, ଶ୍ରୀକାନ୍ତ ଜେନା ଓ ବିଶ୍ବରଞ୍ଜନ ମହାନ୍ତି ପ୍ରମୁଖ ପିସିସି ଦୌଡ଼ରେ ଅଛନ୍ତି।କିଛି ଦିନ ତଳେ ରାହୁଲ ଗାନ୍ଧି ମୋକିମଙ୍କୁ ଦିଲ୍ଲୀ ଡାକି ରାଜ୍ୟ ରାଜନୀତି ସହ କଂଗ୍ରେସ ସଂଗଠନ ଉପରେ ଆଲୋଚନା କରିଥିଲେ।ତେଣୁ ତାଙ୍କ କ୍ୟାମ୍ପ ଚଳଚଞ୍ଚଳ ଦେଖିବାକୁ ମିଳିଛି।

କିଛି ବର୍ଷ ହେଲା ଓଡ଼ିଶାରେ କଂଗ୍ରେସ ସ୍ଥିତି ଦୁର୍ବଳ ହୋଇଚାଲିଛି। ଯିଏ ବି ପିସିସି ମଙ୍ଗ ଧରୁଛନ୍ତି କିଛି ଦିନ ପରେ ସେ ପ୍ରଭାବୀ ପ୍ରଦର୍ଶନ କରିପାରୁ ନାହାଁନ୍ତି। ନିର୍ବାଚନ ପରେ ନିର୍ବାଚନ ହାରୁଥିବାରୁ କର୍ମୀଙ୍କ ମନ ବି ଉଣା ହେଉଛି। ତେଣୁ ଯିଏ ନୂଆ ପିସିସି ସଭାପତି ହେବେ, ସେ କିପରି କଂଗ୍ରେସକୁ ଆଗକୁ ନେବେ ତା ଉପରେ ବିଶେଷ ନଜର ରହିଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.